ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘ ଢେଙ୍କାନାଳ ନଗର ଓ ସଦରଖଣ୍ଡ ତରଫରୁ ଯୁବ ସମ୍ମିଳନୀ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କଳା ଓ ହସ୍ତଶିଳ୍ପ କେନ୍ଦ୍ର ଠାରେ ନଭେମ୍ବର 16 ତାରିଖ ଦିନ

ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘର ଢେଙ୍କାନାଳ ନଗର ଓ ସଦରଖଣ୍ଡ ର ମିଳିତ ବିଶାଳ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏଥିରେ ୩୪୨ ସଂଖ୍ୟକ ଯୁବଶକ୍ତି ଏବଂ ୫୦ରୁ ଉର୍ଦ୍ଧ୍ବ ସଂଖ୍ୟକ କାର୍ଯ୍ୟ କର୍ତ୍ତାଙ୍କ ର ଯୋଗଦାନ କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିପାରିଥିଲା।ମାନନୀୟ ସହବିଭାଗ ସଂଘଚାଳକ ଶ୍ରୀଯୁକ୍ତ ହୃଦାନନ୍ଦ ଶତପଥି ମାନନୀୟ ଜିଲ୍ଲା ସଂଘଚାଳକ ଶ୍ରୀଯୁକ୍ତ ଅଶୋକ ଭଞ୍ଜ ମାର୍ଗ ଦର୍ଶନ ରେ କାର୍ଯ୍ୟକ୍ରମ ଚାଲିଥିଲା।ଉଦଘାଟନ ସତ୍ରରେ ଜିଲ୍ଲା ପ୍ରଚାର ପ୍ରମୁଖ ଶ୍ରୀଯୁକ୍ତ ନିର୍ମଳ କୁମାର ଆଚାର୍ଯ୍ୟ ବୌଦ୍ଧିକ ପ୍ରଦାନ କରି ଉପସ୍ଥିତ ଯୁବଗୋଷ୍ଠୀଙ୍କୁ ଭାରତର ସୁସମୃଦ୍ଧ ଗୌରବମୟ ଅତୀତ ସଙ୍ଗେ ପରିଚିତ କରାଇଥିଲେ।ପ୍ରଶ୍ନମଂଚ କାର୍ଯ୍ୟକ୍ରମ ରେ ଜିଜ୍ଞାସୁ ଯୁବଗୋଷ୍ଠୀଙ୍କ ପ୍ରଶ୍ନ ର ଉତ୍ତର ପ୍ରଦାନ କରି ଶଙ୍କା ସମାଧାନ କରିଥିଲେ ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘ, ଓଡିଶା ପୂର୍ବ ପ୍ରାନ୍ତର ସହପ୍ରାନ୍ତ କାର୍ଯ୍ୟବାହ ଇଂ ସୁଦର୍ଶନ ଦାସ ଏବଂ ସମାରୋପ ସତ୍ର ରେ ସେ ମଧ୍ୟ ବୌଦ୍ଧିକ ପ୍ରଦାନ କରି ସମୃଦ୍ଧ ରାଷ୍ଟ୍ର ନିର୍ମାଣ ରେ ଯୁବକମାନେ ଦେଶଭକ୍ତିରେ ପ୍ରେରିତ ହୋଇ ନିଜର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦିଅନ୍ତୁ ବୋଲି ଆହ୍ଵାନ ଦେଇଥିଲେ। ଜିଲ୍ଲା ଶାରୀରିକ ପ୍ରମୁଖ ଶ୍ରୀମାନ ରାଜେନ୍ଦ୍ର ପ୍ରସାଦ ସାହୁ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ।ପରିଶେଷ ରେ ରାଷ୍ଟ୍ରଗାନ ବନ୍ଦେମାତରଂ ଗାନ ପରେ କାର୍ଯ୍ୟକ୍ରମ ର ସମାପନ ହୋଇଥିଲା।

Leave a Reply

Your email address will not be published. Required fields are marked *