ଗଜପତି ଜିଲ୍ଲା ମାଣିକପୁର ସ୍ଥିତ ହନୁମାନ ମନ୍ଦିରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଓଡିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା ପ୍ରାନ୍ତ ସମ୍ପର୍କ ପ୍ରମୁଖ ଶ୍ରୀ ସର୍ବେଶ୍ୱର ବେହେରା ଯୋଗଦେଇ ଭାରତର ଗୌରବଶାଳୀ ଓ ସଂଘର୍ଷମୟ ଇତିହାସ, ସ୍ଵ-ଜାଗରଣ ଉପରେ ମାର୍ଗଦର୍ଶନ କରିଛନ୍ତି l କାର୍ଯ୍ୟକ୍ରମର ଉଦଘାଟନୀ ବକ୍ତା ଭାବେ ଗଞ୍ଜାମ ବିଭାଗ ସମ୍ପର୍କ ପ୍ରମୁଖ ଶ୍ରୀ ସୁନୀଲ କୁମାର ଗୌଡ଼ ଯୋଗଦେଇ ମାର୍ଗଦର୍ଶନ କରିଛନ୍ତି l କାର୍ଯ୍ୟକ୍ରମ କୁ ବିଭାଗ ଶାରୀରିକ ପ୍ରଶିକ୍ଷଣ ପ୍ରମୁଖ ଅମୁଲ୍ୟ ପାତ୍ର, ଜିଲ୍ଲା ବୌଦ୍ଧିକ ପ୍ରମୁଖ ଓ ଜିଲ୍ଲା ଧର୍ମ ଜାଗରଣ ପ୍ରମୁଖ ପ୍ରଶାନ୍ତ ସୁବୁଦ୍ଧି ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମରେ ମୋହନା ଓ ରା.ଉଦୟଗିରି ଖଣ୍ଡର 400 ରୁ ଅଧିକ ଯୁବକ ଯୋଗଦେଇଥିଲେ l