ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ଅଡଶପୁର ସ୍ଥିତ ଉଦୟନାଥ ସ୍ଵୟଂ ଶାସିତ ବିଜ୍ଞାନ ଓ ବୈଷୟିକ ମହବିଦ୍ୟାଳୟ ଠାରେ ଯୁବ ସମ୍ମିଳନୀ

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ଅଡଶପୁର ସ୍ଥିତ ଉଦୟନାଥ ସ୍ଵୟଂ ଶାସିତ ବିଜ୍ଞାନ ଓ ବୈଷୟିକ ମହବିଦ୍ୟାଳୟ ଠାରେ ଯୁବ ସମ୍ମିଳନୀ

ଅଡଶପୁର- ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ଶତାବ୍ଦୀ ବର୍ଷ କାର୍ଯ୍ୟକ୍ରମ ପରିପେକ୍ଷୀରେ ଅଡଶପୁର ସ୍ଥିତ ଉଦୟନାଥ ସ୍ଵୟଂ ଶାସିତ ବିଜ୍ଞାନ ଓ ବୈଷୟିକ ମହବିଦ୍ୟାଳୟ ଠାରେ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ମୋଟ ୨୫୦ ଜଣ ଯୁବକ ଯୋଗ ଦେଇଥିଲେ I ରାଷ୍ଟ୍ର ହିତ ପାଇଁ ଯୁବ ସମାଜ ର ଭୂମିକା ଉପରେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରା ଯାଇଥିଲା I ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର କାର୍ଯ୍ୟ ପଦ୍ଧତି, ବିଭିନ୍ନ ସେବା କାର୍ଯ୍ୟ,ସ୍ୱ ବୋଧ, ସାମାଜିକ ସମରସତା ତଥା ଭାରତର ବିଶ୍ଵକୁ ଅବଦାନ ଉପରେ ମୁଖ୍ୟ ବକ୍ତା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର କଟକ ବିଭାଗ ବୌଦ୍ଧିକ ପ୍ରମୁଖ ଶ୍ରୀ ବିଜୟ କୁମାର ନାୟକ ନିଜ ବକ୍ତବ୍ୟରେ ରଖିଥିଲେ I ସଂଘ ଶତାବ୍ଦୀ କାର୍ଯ୍ୟକ୍ରମ ଏବଂ ଆଗାମୀ ଦିନ ରେ ସଂଘ ର ଲକ୍ଷ୍ୟ ଉପରେ ସହ ଜିଲ୍ଲା କାର୍ଯ୍ୟବାହ ରାଜେଶ କୁମାର ଜେନା ଉଦ୍ଘାଟନୀ ବକ୍ତବ୍ୟରେ କହିଥିଲେ I ଭାରତ ବର୍ଷର ସ୍ଵର୍ଣ୍ଣିମ ଅତୀତ ଇତିହାସ ଉପରେ ହିନ୍ଦୁ ଜାଗରଣ ମଞ୍ଚ ର ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶ୍ରୀ ତନ୍ମୟ ଦାଶ ଉପସ୍ଥିତ ଯୁବକ ମାନଙ୍କୁ ଧାରଣା ଦେଇଥିଲେ I କାର୍ଯ୍ୟକ୍ରମ ରେ ମାନନୀୟ କଟକ ସହ ଜିଲ୍ଲା ସଂଘ ଚାଳକ ଡାଃ ରାମ ଚନ୍ଦ୍ର ପଣ୍ଡା ସଭାପତିତ୍ବ କରିଥିଲେ, ବିଭିନ୍ନ ମହାପୁଋଷ ଙ୍କ ଜୀବନି ଉପରେ ଏକ ପ୍ରଦର୍ଶନୀ କାର୍ଯ୍ୟକ୍ରମ ମଧ୍ୟ କରା ଯାଇଥିଲା I ନିଆଳି,କଣ୍ଟାପଡ଼ା,ବାରଙ୍ଗ, ଖଣ୍ଡର ଭାଇମାନେ ଉପସ୍ଥିତ ରହିଥିବା ବେଳେ କୁନି କୁନି ଛାତ୍ରୀଙ୍କ ଦ୍ଵାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କଣ୍ଟାପଡ଼ା ଖଣ୍ଡର କାର୍ଯ୍ଯବାହ କିଶୋର କୁମାର ରାଉତରାୟ ଦ୍ଵାରା ଅତିଥି ପରିଚୟ କରାଯାଇ ଥିଲା ,ନିଆଳି ଖଣ୍ଡର କାର୍ଯ୍ୟବାହ ମଳୟ ରଞ୍ଜନ ବସ୍ତିଆ ଙ୍କ ଦ୍ଵାରା ସାମୁହିକ ଗୀତ ଏବଂ ପରି ଶେଷରେ ବାରଙ୍ଗ ଖଣ୍ଡର କାର୍ଯ୍ୟବାହ ନିହାର ରଞ୍ଜନ ରାଉତରାୟ ଙ୍କ ଦ୍ଵାରା ଧନ୍ୟବାଦ୍ ଅର୍ପଣ କରାଯାଇଥିଲା । ଏହା ସହିତ ଲୋକନାଥ ବେହେରା , ପବିତ୍ର ମୋହନ ପ୍ରଧାନ, କ୍ଷେତ୍ରମୋହନ ସେନାପତି, ମହାପାତ୍ର ଧରଣୀଧର ସାହୁ,ସୁବ୍ରତ ଭଟ୍ଟ,ଅନିରୁଧ ପଟ୍ଟନାୟକ, ସୌଭାଗ୍ୟ କୁମାର ସାହୁ, ପପୁନି ଭଟ୍ଟ,ଚନ୍ଦନ କୁମାର ବେହେରା,କାର୍ତ୍ତିକ ସ୍ୱାଇଁ, ନକୁଳ ବେହେରା,କାର୍ଯ୍ୟ ରେ ସମ୍ପୂର୍ଣ ସହ ଯୋଗ କରିଥଲେ। ଏହି ସମ୍ପୂର୍ଣ୍ଣ କାର୍ଯ୍ୟକୁ ଶ୍ରୀମାନ ପ୍ରଭାକର ପରିଡ଼ା ( ନିଆଳି ଖଣ୍ଡ ମହାବିଦ୍ୟାଳୟ ପ୍ରମୁଖ ) ପରିଚାଳନା କରିଥିଲେ ।ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।ଏହି ଦିନ ରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ,କଟକ ଜିଲ୍ଲା ତରଫରୁ ଅନ୍ୟାନ୍ୟ ସ୍ଥାନ ରେ ମଧ୍ଯ ଯୁବା କାର୍ଯ୍ୟକ୍ରମ କରାଯାଇଛି ।

Leave a Reply

Your email address will not be published. Required fields are marked *