Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋଆର ମନ୍ଦିର ଭିତରକୁ ମନା ଜିନ୍ସ ଟପ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋଆର ମନ୍ଦିର ଭିତରକୁ ମନା ଜିନ୍ସ ଟପ

ଗୋଆ: ଏଣିକି ମନ୍ଦିର ଭିତରକୁ ମନା ଜିନ୍ସ ଟପ୍ । କେବଳ ଜିନ୍ସ ଟପ୍ ନୁହେଁ ସର୍ଟସ୍‌, ମିନି ସ୍କର୍ଟ, ମିଡି, ସ୍ଲିଭ୍‌ଲେସ୍ ଟପ୍ ଆଦି ପିନ୍ଧି ମନ୍ଦିରକୁ ଯାଇପାରିବେନି ପର୍ଯ୍ୟଟକ । ନୂଆ ବର୍ଷରୁ ଲାଗୁ ହେବ ଏଭଳି କିଛି ନୂଆ ନିୟମ । ୨୦୨୪ ଜାନୁଆରୀ ପହିଲାରୁ ଗୋଆର ସମସ୍ତ ମନ୍ଦିରରେ ପବିତ୍ର ସ୍ଥାନଗୁଡ଼ିକର ପବିତ୍ରତା ଓ ସମ୍ମାନ ବଜାୟ ରଖିବା ପାଇଁ କଡ଼ା ଡ୍ରେସ୍ କୋଡ୍ ଲାଗୁ କରାଯାଇଛି । ମନ୍ଦିର ପରିଦର୍ଶନ ପାଇଁ ଅନୁପଯୁକ୍ତ ବୋଲି ବିବେଚନା କରାଯାଉଥିବା ଆଧୁନିକ ଏବଂ ଅଙ୍ଗ ପ୍ରଦର୍ଶନ ହେଉଥିବା ପୋଷାକ ପିନ୍ଧିଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମନ୍ଦିର ପରିଚାଳନା ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ନୂଆ ଡ୍ରେସ୍ କୋଡ୍ ଅନୁଯାୟୀ ସର୍ଟସ, ମିନି ସ୍କର୍ଟ, ମିଡି, ସ୍ଲିଭ୍‌ଲେସ୍ ଟପ୍‌, ଲୋ-ରେଜ୍ ଜିନ୍ସ କିମ୍ବା ସର୍ଟ ଟି-ସାର୍ଟ ପିନ୍ଧିଥିବା ପର୍ଯ୍ୟଟକଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ । ଏହି ନିୟମ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଲାଗୁ ହେବ । ଏହାକୁ ସୁନିଶ୍ଚିତ କରିବା ପାଇଁ ମନ୍ଦିର କମିଟି ଅନୁପଯୁକ୍ତ ପୋଷାକ ପିନ୍ଧିଥିବା ପର୍ଯ୍ୟଟକମାନଙ୍କୁ ଲୁଙ୍ଗି କିମ୍ବା ଶାଲ ଯୋଗାଇ ଦେବେ । ଏହି ପୋଷାକ ଛାତି, ପେଟ ଏବଂ ଗୋଡକୁ ଘୋଡ଼ାଇ ରଖିବା ପାଇଁ ବ୍ୟବହାର କରାଯାଇପାରିବ, ଯାହା ଦ୍ୱାରା ବ୍ୟକ୍ତିମାନେ ସମ୍ମାନର ସହ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ । ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ଡ୍ରେସ୍ କୋଡ୍‌ରୁ ମୁକ୍ତ କରାଯାଇଥିବା ବେଳେ ୧୦ ବର୍ଷରୁ ଅଧିକ ପିଲା ଓ ବୟସ୍କମାନେ ଏହାକୁ ପାଳନ କରିବାକୁ ପଡ଼ିବ । ମନ୍ଦିର ଗୁଡ଼ିକ ଫ୍ୟାସନ୍ ଶୋ\’ର ସ୍ଥାନ ନୁହେଁ, ବରଂ ପୂଜା ଓ ଧ୍ୟାନ ପାଇଁ ପବିତ୍ର ସ୍ଥାନ ବୋଲି ମନ୍ଦିର ପରିଚାଳନା ପକ୍ଷରୁ କୁହାଯାଇଛି । ମନ୍ଦିରକୁ ଯିବା ସମୟରେ ପାରମ୍ପରିକ ଭାରତୀୟ ପୋଷାକ ପରିଧାନ କରିବାକୁ ସେମାନେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରିଛନ୍ତି ।

Leave a Reply