ଭଦ୍ରକ ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବୈଠକ

ଭଦ୍ରକ: ଭଦ୍ରକ ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ଗାନ୍ଧୀ ପଡ଼ିଆ ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ପରିଷଦର ‘ଜିଲ୍ଲା ବୈଠକ’ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ସମ୍ମିଳନୀ, ନଗର ସମ୍ମିଳନୀ, ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଏବିଭିପିର ଭୂମିକା, ସିଡିଡି, ବିବେକାନନ୍ଦ ଜୟନ୍ତୀ ଏବଂ ଆଗାମୀ ଜାନୁଆରୀ ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀରାମ ମନ୍ଦିର ଅଭିଯାନ ସମେତ ଅନେକ ସାଂଗଠନିକ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ, ଜିଲ୍ଲା ସଂଯୋଜକ ଜ୍ୟୋତି ପ୍ରକାଶ ସାହୁ, ବିଭାଗ ସଂଗଠନ ମନ୍ତ୍ରୀ ସମ୍ବିତ ପ୍ରସାଦ ରାଉତ, ରାଜ୍ୟ ସହସମ୍ପାଦକ ଶୁଭ୍ର ସମ୍ବିତ ନାୟକ, ବିଭାଗ ସହ ସଂଯୋଜକ ବିଶ୍ୱନାଥ ସୋନୁ ଲାହା, ବିଭାଗ ଛାତ୍ରୀ ସହ ପ୍ରମୁଖ ପାର୍ବତୀ ମିଶ୍ର, ବିଭାଗ ରାଷ୍ଟ୍ରୀୟ କଳାମଂଚ ପ୍ରମୁଖ ପ୍ରିୟଙ୍କା ଦାଶ, ରାଜ୍ୟ ଏସ୍‌ଏଫ୍‌ଡି ସହ ସଂଯୋଜକ ବିଭୁ କିଶୋର ରାଉତ, ରାଜ୍ୟ ଫାର୍ମା ଭିଜନ ସହ ସଂଯୋଜକ ସାଇ ଜୀବନ ଜ୍ୟୋତି ସାହୁ, ଓମ୍‌କାର୍ ମହାନ୍ତି, ମାଧୁରୀ ରାଉତ, ସର୍ବେଶ୍ୱର ବାରିକ, ସତ୍ୟ ପ୍ରକାଶ ମହାନ୍ତି, ବୈଜୟନ୍ତୀ ଦାସ, ଦେବାଶିଷ ଲାହା, ରାହୁଲ ଦେବ ସାହୁ, ଶୁଭଙ୍କର ମହାରଣା, ଶୁଭମ ରାଉତ, ଆୟୁଷ ପାଣିଗ୍ରାହୀଙ୍କ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୃତ୍ୟୁଞ୍ଜୟ ବିଶ୍ୱାଳ, ଦିପ୍ତେଶୁ ସାମଲ, ରାକେଶ କୁମାର ରାଉତଙ୍କ ସହ ବିଭିନ୍ନ ନଗର ଏବଂ ମହାବିଦ୍ୟାଳୟର ୫୦ରୁ ଅଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଜିଲ୍ଲା ବୈଠକରେ ଆଗରପଡ଼ା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପ୍ରଭୁ ଶ୍ରୀରାମ, ସୀତା ମାତାଙ୍କୁ କଳଙ୍କିତ କରି କରାଯାଇଥିବା ନାଟକ ପରିବେଷଣକୁ ତୀବ୍ର ନିନ୍ଦା କରାଯାଇଥିଲା । ସଂପୃକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ବୈଠକରେ ଦାବି କରାଯାଇଥିଲା

Leave a Reply

Your email address will not be published. Required fields are marked *