ଚିକିଟି :ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ଶତାବ୍ଦୀ ବର୍ଷ କାର୍ଯ୍ୟକ୍ରମ ପରିପେକ୍ଷୀରେ ଆଜି ଚିକିଟି ସରସ୍ବତୀ ଶିଶୁ ମନ୍ଦିରରେ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମ ରେ ମୋଟ ୧୮୦ ଜଣ ଯୁବକ ଯୋଗ ଦେଇଥିଲେ, ରାଷ୍ଟ୍ର ହିତ ପାଇଁ ଯୁବ ସମାଜ ର ଭୂମିକା ଉପରେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରା ଯାଇଥିଲା, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର କାର୍ଯ୍ୟ ପଦ୍ଧତି, ବିଭିନ୍ନ ସେବା କାର୍ଯ୍ୟ, ତଥା ଆଗାମୀ ଦିନରେ ପଞ୍ଚ ପରିବର୍ତ୍ତନ କୁ କିପରି ସମାଜ ମଧ୍ୟରେ ଜାଗୃତ କରା ଯାଇ ପାରିବ ତାହା ଉପରେ ମୁଖ୍ୟ ବକ୍ତା ସହ ପ୍ରାନ୍ତ ପ୍ରଚାରକ ଅସିତ ସାହୁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ | ସଂଘ ଶତାବ୍ଦୀ କାର୍ଯ୍ୟକ୍ରମ ଏବଂ ଆଗାମୀ ଦିନ ରେ ସଂଘ ର ଲକ୍ଷ୍ୟ ଉପରେ ଜିଲ୍ଲା ପ୍ରଚାରକ ରଶ୍ମି ରଞ୍ଜନ ମହାକୁଡ଼ ନିଜ ବକ୍ତବ୍ୟରେ କହିଥିଲେ | ବିଭିନ୍ନ ମହାପୁରଷ ଙ୍କ ଜୀବନୀ ଉପରେ ଏକ ପ୍ରଦର୍ଶନୀ କାର୍ଯ୍ୟକ୍ରମ ମଧ୍ୟ କରା ଯାଇଥିଲା | ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବୌଦ୍ଧିକ ପ୍ରମୁଖ ବାବୁଲା ଦୋରା ଶତାବ୍ଦୀ ବର୍ଷ ର କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ | ଗଞ୍ଜାମ ବିଭାଗ ଶାରୀରିକ ପ୍ରମୁଖ ନୀଳାଚଳ ପାଢି କ୍ଷେତ୍ର ଗ୍ରାମ ବିକାଶ ପ୍ରମୁଖ ଅଶୋକ ପାଢି, ଏବଂ ଜିଲ୍ଲା ସଭାବନା ପ୍ରମୁଖ ଇଂ ରାମା ରାଓ ସୁବୁଦ୍ଧି ତଥା ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ |ଆଗାମୀ ଦିନ ରେ ଜିଲ୍ଲା ର ଅନ୍ୟନ ସ୍ଥାନ ରେ ମଧୁ ଏହି କାର୍ଯ୍ୟକ୍ରମ କରା ଯିବ ବୋଲି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପ୍ରଚାର ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି |