ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଛତ୍ରପୁର ପକ୍ଷରୁ ଯୁବ ସମ୍ମିଳନୀ ଅନୁଷ୍ଠିତ
ଛତ୍ରପୁର-୨୬/୧୦:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ର ଶତାବ୍ଦୀ ବର୍ଷ କାର୍ଯ୍ୟକ୍ରମ ପରିପେକ୍ଷୀରେ ଆଜି ଛତ୍ରପୁର ସରସ୍ବତୀ ଶିଶୁ ମନ୍ଦିରରେ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମ ରେ ମୋଟ ୩୭୦ ଜଣ ଯୁବକ ଯୋଗ ଦେଇଥିଲେ । ରାଷ୍ଟ୍ର ହିତ ପାଇଁ ଯୁବ ସମାଜ ର ଭୂମିକା ଉପରେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର କାର୍ଯ୍ୟ ପଦ୍ଧତି, ବିଭିନ୍ନ ସେବା କାର୍ଯ୍ୟ, ସ୍ୱ ବୋଧ, ସାମାଜିକ ସମରସତା ତଥା ଆଗାମୀ ଦିନରେ ପଞ୍ଚ ପରିବର୍ତ୍ତନ କୁ କିପରି ସମାଜ ମଧ୍ୟରେ ଜାଗୃତ କରାଯାଇ ପାରିବ ତାହା ଉପରେ ମୁଖ୍ୟ ବକ୍ତା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ଉଭୟ ପ୍ରାନ୍ତର ପ୍ରଚାର ପ୍ରମୁଖ ଶ୍ରୀ ସୁଷ୍ଟିଧର ବିଶ୍ୱାଳ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସଂଘ ଶତାବ୍ଦୀ କାର୍ଯ୍ୟକ୍ରମ ଏବଂ ଆଗାମୀ ଦିନ ରେ ସଂଘ ର ଲକ୍ଷ୍ୟ ଉପରେ ଜିଲ୍ଲା କାର୍ଯ୍ୟବାହ ସଞ୍ଜୟ କୁମାର ଦାସ ନିଜ ବକ୍ତବ୍ୟରେ କହିଥିଲେ । ଭାରତ ବର୍ଷର ସ୍ବର୍ଣ୍ଣିମ ଅତୀତ ଇତିହାସ ଉପରେ ବିଭାଗ ପ୍ରଚାର ପ୍ରମୂଖ ସୋମନାଥ ପୋଲାକି ଉପସ୍ଥିତ ଯୁବକକୁ ସମ୍ୟକ ଧାରଣା ଦେଇଥିଲେ । କାର୍ଯ୍ୟକ୍ରମ ରେ ସହ ଜିଲ୍ଲା ପ୍ରଚାର ପ୍ରମୁଖ ମାଧବ ନାୟକ ସଭାପତିତ୍ୱ କରିଥିଲେ । ବିଭିନ୍ନ ମହାପୁଋଷ ଙ୍କ ଜୀବନୀ ଉପରେ ଏକ ପ୍ରଦର୍ଶନୀ କାର୍ଯ୍ୟକ୍ରମ ମଧ୍ୟ କରା ଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଖଣ୍ଡ କାର୍ଯ୍ୟବାହ ପ୍ରକାଶ ସାହୁ, ସନାତନ ରାଉତ, ରାମ କୃଷ୍ଣ ମହାପାତ୍ର, ଯଯାତି ବେହେରା, ପ୍ରଫୁଲ୍ଲ ପଣ୍ଡା, ରାମ କୃଷ୍ଣ ରେଡ୍ଡୀ, ଧର୍ମେନ୍ଦ୍ର ଦୋରା ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ରେ ଯୁବକ ମାନଙ୍କ ମଧ୍ୟ ରେ ଉଲ୍ଲାହ ଦେଖିବାକୁ ମିଳିଥିଲା