ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଷ୍ଟାଡିୟମ ଅଡିଟୋରିୟମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଯୁବା ସମ୍ମିଳନୀ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଷ୍ଟାଡିୟମ ଅଡିଟୋରିୟମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଯୁବା ସମ୍ମିଳନୀ

କାମାକ୍ଷାନଗର : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷ କାର୍ଯ୍ୟକ୍ରମ ଅବସରରେ ରବିିବାର ଦିନ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଷ୍ଟାଡିୟମର ଅଡିଟୋରିୟମରେ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ୧୯୮ ଜଣ ଯୁବ ପ୍ରତିଭା ଯୋଗ ଦେଇଥିଲେ । ସହ ବିଭାଗ କାର୍ଯ୍ୟବାହ ଶ୍ରୀଯୁକ୍ତ ଶଶିକାନ୍ତ ଦାସ ଉଦଘାଟନ ସତ୍ରରେ ମୁଖ୍ୟବକ୍ତା ରୂପେ ଯୋଗଦେଇଥିବା ବେଳେ ଉଦ୍‌ଯାପନ ସତ୍ରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ସେବାପ୍ରମୁଖ ଶ୍ରୀମାନ ଶାନ୍ତନୁ ମାଝି ମୁଖ୍ୟବକ୍ତା ରୂପେ ଯୋଗଦେଇ ଥିଲେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବ ପ୍ରାନ୍ତର ସହ ପ୍ରାନ୍ତ କାର୍ଯ୍ୟବାହ ଇଂ ସୁଦର୍ଶନ ଦାସ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଯୁବକ ମାନଙ୍କ ପ୍ରଶ୍ନ ର ଯଥାର୍ଥ ଉତ୍ତର ପ୍ରଦାନ କରି ଶଙ୍କା ସମାଧାନ କରିଥିଲେ । ଏହି ଭବ୍ୟ କାର୍ଯ୍ୟକ୍ରମରେ ବିଭିନ୍ନ ମହାପୁରୁଷ ମାନଙ୍କ ର ଚିତ୍ର ପ୍ରଦର୍ଶନୀର ଆୟୋଜନ ମଧ୍ୟ କରାଯାଇଥିଲା।

Leave a Reply

Your email address will not be published. Required fields are marked *