ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଦିଗପହଣ୍ଡିରେ ଯୁବ ସମ୍ମିଳନୀ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଦିଗପହଣ୍ଡିରେ ଯୁବ ସମ୍ମିଳନୀ

ଦିଗପହଣ୍ଡି : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ଶତାବ୍ଦୀ ବର୍ଷ କାର୍ଯ୍ୟକ୍ରମ ଅବସରରେ ରବିିବାର ଦିନ ଦିଗପହଣ୍ଡ ସରସ୍ୱତୀ ଶିଶୁମନ୍ଦିର ପରିସର ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ୩୧୭ ଜଣ ଯୁବ ପ୍ରତିଭା ଯୋଗ ଦେଇଥିଲା । ରାଷ୍ଟ୍ରହିତ ପାଇଁ ଯୁବ ସମାଜ ର ଭୂମିକା ଉପସର ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର କାର୍ଯ୍ୟ ପଦ୍ଧତି, ବିଭିନ୍ନ ସେବାକାର୍ଯ୍ୟ, ତଥା ଆଗାମୀ ଦିନରେ ପଞ୍ଚ ପରିବର୍ତ୍ତନ କୁ କିପରି ସମାଜ ମଧ୍ୟରେ ଜାଗୃତ କରାଯାଇ ପାରିବ ତାହା ଉପରେ ମଖ୍ୟୁବକ୍ତା ଇଂ ମନୋଜ ଚୌଧ୍‌ୁରୀ ନିଜ ବକ୍ତବ୍ୟରେ ମତବ୍ୟକ୍ତ କହିଥିଲେ । ସଂଘ ଶତାବ୍ଦୀ କାର୍ଯ୍ୟକ୍ରମ ଏବଂ ସଂଘକାର୍ଯ୍ୟର ଲକ୍ଷ୍ୟ ଉପରେ ଜିଲ୍ଲା ପ୍ରଚାରକ ରଶିରଞ୍ଜନ ମହାକୁଡ଼ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ବିଭିନ୍ନ ମହାପୁଋୁଷଙ୍କ ଜୀବନୀ ଉପରେ ଏକ ପ୍ରଦଶନୀ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା ।,ଅନ୍ୟମାନଙ୍କ ମଧ୍ୟରେ ବାବୁଲା ଦୋରା, ଅଶୋକ ରଣଜିତ,ଦୀପକ କୁମାର, ଧର୍ମେନ୍ଦ୍ର ଦୋରାଏବଂ ଅନ୍ୟନ୍ୟ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଜିଲ୍ଲା ର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ପ୍ରଚାର ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave a Reply