ମନ୍ଦିର ହେଉଛି ଅର୍ନ୍ତଚେତନା ଜାଗ୍ରତ କରିବାର କେନ୍ଦ୍ର

ମନ୍ଦିର ହେଉଛି ଅର୍ନ୍ତଚେତନା ଜାଗ୍ରତ କରିବାର କେନ୍ଦ୍ର
ବାରବାଙ୍କିର ବରେଠିରେ ନାରାୟଣ ସେବା ସଂସ୍ଥାନ ଦ୍ୱାରା ନିର୍ମିତ ଲକ୍ଷ୍ମୀ ନାରାୟଣ ମନ୍ଦିରର ଉଦଘାଟନ ହୋଇଯାଇଛି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ ଶ୍ରୀ ଦତ୍ତାତ୍ରେୟ ହୋସବାଲେ ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କହିଥିଲେ ଯେ ଆମର ମନ୍ଦିରଗୁଡ଼ିକ କେବଳ ପୁଣ୍ୟ ଅର୍ଜନର ସ୍ଥାନ ନୁହେଁ, ବରଂ ଅର୍ନ୍ତଚେତନା ଜାଗ୍ରତ କରିବାର କେନ୍ଦ୍ର। ଏକ ମନ୍ଦିର ଜଣେ ବ୍ୟକ୍ତିଙ୍କ ଅର୍ନ୍ତଚେତନା ଜାଗ୍ରତ କରେ, ଅନ୍ୟମାନଙ୍କର ସେବା କରିବା ଏବଂ ସେମାନଙ୍କର ଦୁଃଖ ଦୂର କରିବାର ମନୋଭାବ ଜାଗ୍ରତ କରେ। କୋଭିଡ୍‌-୧୯ ମହାମାରୀ ବିଷୟରେ ଉଲ୍ଲେଖ କରି ସରକାର୍ଯ୍ୟବାହ କହିଛନ୍ତି ଯେ କେତେକ ସଙ୍କଟ ସମୟରେ ମଧ୍ୟ ଭଲ କାମ ଜନ୍ମ ନେଇଥାଏ। ସାମ୍ପ୍ରତିକ ମହାମାରୀ ସମୟରେ, ଅନେକ ସଂଗଠନ ଲୋକଙ୍କ ସେବା କରିବା ଏବଂ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ କାମ କରିଥିଲେ। ସେହି ସମୟରେ ସଂଘର ସ୍ୱୟଂସେବକମାନେ ମଧ୍ୟ ଲୋକଙ୍କ ସେବା କରିଥିଲେ। ଏଥିରୁ ପ୍ରେରଣା ପାଇ, କିଛି ସମୟ ପରେ “ନାରାୟଣ ସଂସ୍ଥା” ଗଠନ ହୋଇଥିଲା, ଏବଂ ଆମେ ଆଜି ଏହାର ପରିସରରେ ଉପସ୍ଥିତ ଅଛୁ। ସମାଜରେ କାମ କରୁଥିବା କୌଣସି ସଂଗଠନ ଏହାର ବ୍ୟାଙ୍କ ଆକାଉଣ୍ଟ ଦ୍ୱାରା ନୁହେଁ, ବରଂ ଏହାକୁ ପରିଚାଳନା କରୁଥିବା ଲୋକଙ୍କ ଆତ୍ମା ଏବଂ କାର୍ଯ୍ୟ ଦ୍ୱାରା ମହିମାପ୍ରାପ୍ତ ହୁଏ।

Leave a Reply

Your email address will not be published. Required fields are marked *