କୋଭିଡ୍ ପରେ ଭାରତର ଅର୍ଥନୀତି ବହୁ ଶୀଘ୍ର ଟ୍ରାକକୁ ଫେରିଛି

ଭାରତର ଅର୍ଥନୈତିକ ବୃଦ୍ଧିକୁ ୱାର୍ଲଡ ବ୍ୟାଙ୍କର ପ୍ରଶଂସା। କୋଭିଡ୍-୧୯ ମହାମାରୀ ସତ୍ତ୍ବେ ଭାରତର ଅର୍ଥନୀତିରେ ବଡ ବୃଦ୍ଧି ଏକ ବଡ ସଫଳତା ବୋଲି ବିଶ୍ୱ ବ୍ୟାଙ୍କର ଦକ୍ଷିଣ ଏଶିଆ ଅଞ୍ଚଳର ମୁଖ୍ୟ ଅର୍ଥନୀତିବିଦ୍ ଫ୍ରାଞ୍ଜିସ୍କା ଓନ୍ସୋର୍ଜ କହିଛନ୍ତି। ଭାରତର ସେବା କ୍ଷେତ୍ର ଏବଂ ରପ୍ତାନି ରେ ଅଧିକ ବୃଦ୍ଧି ଘଟିଛି। ଏହା ବିଦେଶୀ ନିବେଶକମାନଙ୍କ ପାଇଁ ଏକ ବଡ଼ ସୁଯୋଗ। କୋଭିଡ୍-୧୯ ମହାମାରୀ ୨୦୨୦ରେ ସମସ୍ତ ଦେଶର ଅର୍ଥନୀତିକୁ ଠପ୍ କରିଦେଇଥିଲା।

କାରଖାନା ବନ୍ଦ, କାର୍ଯ୍ୟାଳୟ ବନ୍ଦ, ବ୍ୟବସାୟ ଠପ୍ ହୋଇଥିଲା। ଭାରତରେ ମଧ୍ୟ ଏହି ପ୍ରଭାବ ଦେଖିବାକୁ ମିଳିଥିଲା। କିନ୍ତୁ ପୋଷ୍ଟ ପାଣ୍ଡେମିକ୍ ଭାରତର ଅର୍ଥନୀତି ବହୁ ଶୀଘ୍ର ଟ୍ରାକ୍ କୁ ଫେରିଛି। ଭାରତର ବୃଦ୍ଧି ଅନ୍ୟ ଦେଶମାନଙ୍କ ଅପେକ୍ଷା ଅଧିକ ଭଲ ହୋଇଛି ବୋଲି ଓନ୍ସୋର୍ଜ କହିଛନ୍ତି। ଭାରତ ୨୦୪୭ ସୁଦ୍ଧା ବିକଶିତ ଦେଶ ଭିତରେ ୱୁଠାରୁ ଶୀର୍ଷ ରେ ପହଂଚିବ ବୋଲି ବିଶ୍ୱ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିବିଦ୍ ଫ୍ରାଞ୍ଜିସ୍କା ଓନ୍ସୋର୍ଜ କହିଛନ୍ତି ।

Leave a Reply

Your email address will not be published. Required fields are marked *