ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର୧୦୦ ବର୍ଷ ପୁର୍ତ୍ତୀ ଉପଲକ୍ଷେ ଯାଜପୁର ଜିଲ୍ଲା ଶ୍ରୀରାମପୁର ଖଣ୍ଡ  ମୁଗୁପାଳ ମଣ୍ଡଳ ର ଉଦଘାଟନ କାର୍ଯ୍ୟକ୍ରମ

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର୧୦୦ ବର୍ଷ ପୁର୍ତ୍ତୀ ଉପଲକ୍ଷେ ଯାଜପୁର ଜିଲ୍ଲାର ଶ୍ରୀରାମପୁର ଖଣ୍ଡ  ମୁଗୁପାଳ ମଣ୍ଡଳ ର ଉଦଘାଟନ କାର୍ଯ୍ୟକ୍ରମ ଆଜି କୁଆଖିଆ ବଜାର ରେ ଅନୁଷ୍ଠିତ ହୋଇଯାଇଛି.  ଏଥିରେ  ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ  ଶିକ୍ଷକ ଯୋଗେନ୍ଦ୍ର ପଣ୍ଡା ଯୋଗ ଦେଇ ଭାରତ ଅତୀତ ଭବିଷ୍ୟତ ଯୁବକ ମାନଙ୍କ ହାତରେ ଅଛି ବୋଲି କହିଥିଲେ, ସଂଘ ସମାଜ କୁ ଯୋଡି ବା ପାଇଁ ଅଙ୍ଗିକାର ବଦ୍ଧ.  ମୁଖ୍ୟ  ବକ୍ତା ରୂପେ  ଯାଜପୁର ଜିଲ୍ଲା କାର୍ଯ୍ୟବାହ ଆଦରଣୀୟ ଅମୀୟ କୁମାର ସାମଲ ଯୋଗ ଦେଇଥିଲେ. ସଂଘ ର ପ୍ରାରମ୍ଭ, ୧୦୦ ବର୍ଷ ର ଯାତ୍ରା କିପରି କଠିନ ଥିଲା ଏବଂ ଭବିଷ୍ୟତ ରେ ସଂଘ ର ସମାଜ ପାଇଁ କଣ କାମ କରିବ ସେ ବିଷୟରେ ବର୍ଣ୍ଣନା କରିଥିଲେ, ଯାଜପୁର ଜିଲ୍ଲାର ସହ ଜିଲ୍ଲା କାର୍ଯ୍ୟବାହ ସନ୍ଦୀପ କୁମାର ବିଶ୍ଵାଳ ଯୋଗଦେଇ ଥିଲେ .  ଏଥିରେ  ମୁଗୁପାଳ ମଣ୍ଡଳ ର  ୫ ଟି ପଂଚାୟତ ର  ୨୪ଟି ଗ୍ରାମ ର ୯ଟି ଶାଖା ଓ ୨ ଟି ସାପ୍ତାହିକ ମିଳନ ର ୧୮୦ ଜଣ ସ୍ଵୟଂସେବକ ଯୋଗ ଦେଇଥିଲେ.  ସ୍ଵୟଂସେବକ ମାନଙ୍କର ଗୁଣାତ୍ମକ ସଞ୍ଚଳନ ହାଇଟେକ୍ ମହାବିଦ୍ୟାଳୟ ଆଗ ରେ ଥିବା ଶାଖା ପଡିଆ ରୁ ବାହାରି କୁଆଖିଆ ବଜାର ର ମଧୁବନ ରୋଡ ରୁ ଚଣ୍ଡୀପୁର , ବଜାର ଗଳିପୋଲ ଦେଇ ସାରଙ୍ଗପୁର  ମନ୍ଦିର ଠାରୁ ପୁଣି ଶାଖା ପଡିଆ କୁ ଫେରି ଥିଲେ.  ସ୍ଵୟଂସେବକ ମାନଙ୍କ ଦ୍ଵାରା ବ୍ୟାୟମ ଯୋଗ,  ଆସନ  ଇଦ୍ୟାଦି ଶାରୀରିକ ପ୍ରଦର୍ଶନୀ  କରାଯଇଥିଲା.  କାର୍ଯ୍ୟକ୍ରମ ଶେଷ୍ ରେ ପ୍ରାର୍ଥନା କରାଯଇଥିଲା.  ଏହି କାର୍ଯ୍ୟକ୍ରମ ରେ  ମଣ୍ଡଳ  କlର୍ଯ୍ୟବlହ ପୂର୍ଣଚନ୍ଦ୍ର ସେଠି   ଅତିଥି ପରିଚୟ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ.   ଏହି କାର୍ଯ୍ଯକ୍ରମରେ ଜିଲ୍ଲା ,ବିଭାଗ ଓ ପ୍ରାନ୍ତ ର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ.   ଏଥିରେ ଶ୍ରୀରାମପୁର ଖଣ୍ଡ ର କାର୍ଯ୍ୟକର୍ତ୍ତା   ୟଶବନ୍ତ ଦାସ,  ଅଜୟ କୁମାର ପୃଷ୍ଟି,  ସ୍ଵାଧୀନ ରାଉତ,  ଅମିୟ ସାହୁ,  ପ୍ରମୋଦ ଦଳେଇ, ସନାତନ ନାୟକ, ତପନ ପଣ୍ଡା, ଅକ୍ଷୟ ପଣ୍ଡା, ଅନୁପମ ପଣ୍ଡା, ଅମୀୟ ସାହୁ ସହଯୋଗ କରିଥିଲେ.

Leave a Reply

Your email address will not be published. Required fields are marked *