Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଲୁପ୍ତ ପଥରେ ଶଗଡ଼ ଗାଡ଼ି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଲୁପ୍ତ ପଥରେ ଶଗଡ଼ ଗାଡ଼ି

କୋକସରା: ବିଜ୍ଞାନର ଅଗ୍ରଗତି ଏବଂ ଯନ୍ତ୍ରପାତି ଯୁଗର ଆଗମନ ପରେ ଏକଦା ଚାଷୀ ଓ ସାଧାରଣ ଜନତାଙ୍କ ପାଇଁ ଅତି ଆବଶ୍ୟକ ଥିବା ଶଗଡ଼ ଗାଡ଼ି ଅଲୋଡ଼ା ହୋଇ କ୍ରମଶଃ ଲୋପ ପାଇ ଏବେ ବିଲୁପ୍ତ ପାଇବାରେ ଲାଗିଛି । ଚକ୍ର ଉଦ୍ଭାବନ ପ୍ରାଚୀନ ମାନବ ସଭ୍ୟତା ପାଇଁ ଥିଲା ଏକ ଯୁଗାନ୍ତକାରୀ ଘଟଣା । ଓଜନଦାର ବସ୍ତୁର ପରିବହନ ପାଇଁ ଚକଲଗା ଶଗଡ଼ ଗାଡ଼ିର ବ୍ୟବହାର ତା’ର ଜୀବନଯାତ୍ରାକୁ ସହଜ ଓ ସୁଗମ କରି ଦେଇଥିଲା । ବଳଦଟଣା ଶଗଡ଼ ଗାଡ଼ି ବ୍ୟବହାର ଫଳରେ ମାଲ ପରିବହନ, ଦୁରଦେଶ ଯାତ୍ରା, ତୀର୍ଥଯାତ ପାଇଁ ପଥ ସୁଗମ ହେଲା । ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଶଗଡ଼ ଗାଡ଼ିର ବହୁଳ ବ୍ୟବହାର ହେବାକୁ ଲାଗିଲା । ଶଗଡ଼ିଆ କାର୍ଯ୍ୟରେ ନିଜକୁ ନିୟୋଜିତ କରି କିଛି ବ୍ୟକ୍ତି ଜୀବିକା ନିର୍ବାହ କରିଥିଲେ । ଜାଙ୍ଗୁଲ ଜାଙ୍ଗୁଲୁ ରାତି ନ ପାହୁଣୁ ପୂର୍ବ ଦିଗରେ ସିନ୍ଦୁରା ନ ଫାଟୁଣୁ ଗାଁ ମୁଣ୍ଡ କଢା ସଡ଼କ ଉପରେ ଘଣ୍ଟିବନ୍ଧା ବଳଦଟଣା ଶଗଡ଼ ଗାଡ଼ିରେ ଶଗଡ଼ିଆ କଣ୍ଠରୁ ଭାସି ଆସୁଥୁବା ମନ ମତାଣିଆ ସଙ୍ଗୀତର ସ୍ୱର ଗାଁ ପରିବେଶକୁ ଆନନ୍ଦମୁଖର କରିଦେଉଥିଲା । ଶଗଡ଼ ଗାଡ଼ିର କେଁ କଟର ଧ୍ୱନି ଓ ଶଗଡ଼ିଆର ସଂଗୀତ କେବେଠାରୁ କାଳର କରାଳ ଗର୍ଭରେ ହଜିଗଲାଣି । ତେବେ ସମୟର ପଟ୍ଟ ପରିବର୍ତ୍ତନ ସହ ଧିରେଧିରେ ଲୋକେ ପାୱାର ଟିଲର, ଟ୍ରାକ୍ଟର, ହାର୍ଭେଷ୍ଟର ଆଦି ଆଧୁନିକ ଯନ୍ତ୍ରରେ ଚାଷ କାମ କରିବାକୁ ଲାଗିଲେ । ଧାନ ଅମଳ କରିବା ଏବଂ ପରିବହନ କରିବାରେ ମଧ୍ୟ ଆଧୁନିକ ଯନ୍ତ୍ରରେ ସହଜ ହେଲା । ତେଣୁ ଚାଷୀର ଅତି ଆପଣାର କାଠରେ ନିର୍ମିତ ପ୍ରଦୂଷଣ ବିହୀନ ଏହି ପ୍ରାଚୀନ ପରିବହନ ଯନ୍ତ୍ର ଏବେ ଅଲୋଡ଼ା ହୋଇପଡ଼ିଛି । ସେହିପରି ପୂର୍ବରୁ ଯାନିଯାତ୍ରା, ବିବାହ ଘର ତଥା ଜଙ୍ଗଲରୁ କାଠ ଆଣିବା, ବାଲି, ମାଟି, ଇଟା, ପଥର ବୋହିବା କାର୍ଯ୍ୟରେ ବ୍ୟାପକ ଭାବେ ଶଗଡ଼ ଗାଡ଼ିର ବ୍ୟବହାର ହେଉଥିଲା । କିନ୍ତୁ କମ୍ ସମୟରେ ଯାତାୟତ ପାଇଁ ବାଇକ, କାର, ବସର ବହୁଳ ପ୍ରଚଳନ ଯୋଗୁଁ ଶଗଡ଼ ଗାଡ଼ି ଯାତ୍ରୀ ପରିବହନ ପାଇଁ ଆଦୌ ବ୍ୟବହାର ହେଉନାହିଁ । କାଁ ଭାଁ ଗ୍ରାମାଞ୍ଚଳରେ ସ୍ୱାବଲମ୍ବୀ ଚାଷୀ ଶଗଡ଼ ଗାଡ଼ିରେ ଧାନ କ୍ଷେତରୁ ଧାନ ଅମଳ କରି ଖଳାକୁ ଆଣୁଥିବାର ବିରଳ ଦୃଶ୍ୟ କ୍ୱଚିତ ଦେଖିବାକୁ ମିଳୁଛି । ପୁରୁଣା କାଳରେ ଲୋକେ ବ୍ୟବହାର କରୁଥିବା ଶଗଡ଼ ଗାଡ଼ି ଏବଂ ଏଥିରେ ଲାଗିଥିବା ଚକ ବର୍ଜ୍ୟବସ୍ତୁ ଭଳି କେଉଁଠି ରାସ୍ତା କଡ଼ରେ ପଡ଼ିଛି ତ କେଉଁଠି ପିଣ୍ଡାରେ ଅଜାଡ଼ି ହୋଇ ତା’ ଉପରେ ବହଳେ ଧୂଳି ଆସ୍ତରଣ ଜମାଟ ବାନ୍ଧି ବିଲୁପ୍ତ ଆଡ଼କୁ ଅଗ୍ରଗତି ହେବା ସହିତ ଅତୀତର ସ୍ମୃତିକୁ ଜାହିର କରୁଛି । ଶଗଡ଼ ତିଆରିରେ ବ୍ୟବହୃତ ହେଉଥିବା କାଠ ଆଉ ପୂର୍ବଭଳି ମିଳୁନାହିଁ । ଏପଟେ ବଳଦ ଚରିବା ପାଇଁ ଜାଗା ନାହିଁ । ରାଜ୍ୟର ପ୍ରାୟ ପ୍ରତ୍ୟେକ ଗାଁରେ ଗୋଚର ଜମି ଜବରଦଖଲକାରୀଙ୍କ କବ୍ଜାରେ ରହିଛି । କମ ସମୟ ମଧ୍ୟରେ ଚାଷ କାର୍ଯ୍ୟ ତଥା ମାଲ ପରିବହନ ପାଇଁ ଟ୍ରାକ୍ଟର ଓ ପାୱାରଟିଲରର ବହୁଳ ବ୍ୟବହାର ଶଗଡ଼ର ଚାହିଦାକୁ କମେଇ ଦେଇଛ

Leave a Reply