ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଯାଜପୁର ତରଫରୁ  ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳିତ

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଯାଜପୁର ତରଫରୁ  ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳିତ
ଯାଜପୁର-ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଯାଜପୁର ଜିଲ୍ଲା ର ଚିତାଳୋ  ମହାବିଦ୍ୟାଳୟ ଏବଂ ରାମବାଗ ରିଜିଓନାଲ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏଥିରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ର (ପ୍ରାନ୍ତ ସାମାଜିକ ସମରସତା ସଦସ୍ୟ) ଶ୍ରୀଯୁକ୍ତ ଅକ୍ଷୟ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବେ  ଚିତାଳୋ  ମହାବିଦ୍ୟାଳୟ ଏବଂ ରାମବାଗ ରିଜିଓନାଲ ମହାବିଦ୍ୟାଳୟ ରେ ଶ୍ରୀଯୁକ୍ତ ଭାଗିରଥି ମହଲ   (ଜିଲ୍ଲା ପର୍ଯ୍ୟାବରଣ ପ୍ରମୁଖ )   ବକ୍ତା ଭାବେ ଯୋଗ ଦେଇଥିବା ବେଳେ, ଜିଲ୍ଲା ମହାବିଦ୍ୟାଳୟ ପ୍ରମୁଖ ସତ୍ୟରଞ୍ଜନ ନାୟକ, ନଗର ମହାବିଦ୍ୟାଳୟ ପ୍ରମୁଖ ରାଜା ଗେଡି, ସୌମ୍ୟରଞ୍ଜନ ଗେଡି, ଅନିଲ ଗେଡି, ବବୁଲୁ ଓଝା , ସ୍ମୁତି ରଞ୍ଜନ ରାଉତରାୟ, ସୁରଜ ନାୟକ , ଦୀନେଶ କୁମାର, ସମରଜିତ୍ ରାଉତରାୟ ଏବଂ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଓ ଅଧ୍ୟାପିକ ଅଧ୍ୟାପିକା ବୃନ୍ଦ ଉପସ୍ଥିତ ଥିଲେ  । 
ବକ୍ତାମାନେ ବିର୍ସା ମୁଣ୍ଡାଙ୍କ ସମାଜ ଧର୍ମ, ସଂସ୍କୃତି, ଓ ବନବାସୀ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ବଳିଦାନ ଉପରେ ମାର୍ଗ ଦର୍ଶନ କରି ଥିଲେ । ତାଙ୍କର ଯୁବା ବୟସରେ ସମଗ୍ର ଜନଜାତି ବହୁଳ ଅଂଚଳକୁ ଏକଜୁଟ କରି ବିଦେଶୀ ଶାସନକୁ ତୀବ୍ର ବିରୋଧ କରାଇ ବାରେ ସେ ପ୍ରାଣ ପଣେ ଜୀବନକୁ ସମର୍ପିତ କରି ଶେଷରେ ସେ ଭଗବାନ ବିର୍ସା ମୁଣ୍ଡା

ନାମରେ ସମଗ୍ର ଜାତି ରେ ଆଜି ଅମର ହୋଇଗଲେ । ଜଳ ଜମି ଓ ପାଣି ଏ ତିନି ଥୁଲା ଜନ୍ମଭୂମି ଆମ ମାଟି ମାଆ ର ତା ସନ୍ତାନ ପାଇଁ ଅବଦାନ । ଏହା ଉପରେ ବ୍ରିଟିଶ ମାନଙ୍କ ର ଯୋଉ ଆକଟ କରିଥଲେ ତା ପାଇଁ ବିର୍ସା ମୁଣ୍ଡା ଙ୍କ ଦ୍ବାରା ସମଗ୍ର ଆଦିବାସୀ ବହୁଳ ଅଂଚଳକୁ କୁ ନେଇ ପୁରା ଆନ୍ଦୋଳନ ବ୍ୟାପକ କରିଥିଲେ ।

Leave a Reply

Your email address will not be published. Required fields are marked *