ଶ୍ରୀକ୍ଷେତ୍ରରେ ଶ୍ରୀକୃଷ୍ଣ ଲୀଳା ଆରମ୍ଭ

ପୁରୀ: ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥୁରୁ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ସହ ଶ୍ରୀମନ୍ଦିର ଏବଂ ଶ୍ରୀକ୍ଷେତ୍ରରେ ଶ୍ରୀକୃଷ୍ଣ ଲୀଳା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦଶମୀ ତିଥ୍ ସୋମ‌ବାର ଅବସରରେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନ ଭୋଜି ବେଶ ଅନୁଷ୍ଠିତ ହୋଇଛି। ଏଥିସହ କୋଳିବିକା ନୀତି ସହ ବକାସୁର, ଅର୍ଘାସୁର ବଧ ନୀତି ସମ୍ପନ୍ନ ହୋଇଛି। କୋଳିବିକା ନୀତି ସରିବା ପରେ ପୁଷ୍ପାଳକ ସେବକମାନେ ଶ୍ରୀବିଗ୍ରହଙ୍କୁ ବଳଭୋଜି ବେଶରେ ଭୂଷିତ କରାଇଥିଲେ। ଏହି ବେଶରେ ମହାପ୍ରଭୁ ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାର ପ୍ରାୟ ୧୮ପ୍ରକାର ଲାଗି ହୋଇଥିଲେ।

ଶ୍ରୀବିଗ୍ରହଙ୍କୁ ସୋଲ, ବେତ, କନା, ଜରିରେ ନିର୍ମିତ ର୍ମିତ ସ୍ବଣ୍ଣ କିଆ ଶ୍ରୀମସ୍ତକ ଚୂଳରେ ଖୋସା ଯାଇଥିଲା । ବେଶରେ ରତ୍ନସିଂହାସନ ଉପରେ ଦୁଇଟି ଲେଖାଏଁ ଗାଈ ବାଛୁରୀ (କାଷ୍ଠ ନିର୍ମିତ) ଦଣ୍ଡାୟମାନ ରହିଥିଲେ । ଏହି ବେଶ ପୁଷ୍ପାଳକ, ଭଣ୍ଡାର ମେକାପ ଓ ଖୁଣ୍ଟିଆ ଆଦି ସେବକଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା । ପୁରାଣ ଏବଂ ପରମ୍ପରା ମୁତାବକ ଶ୍ରୀକୃଷ୍ଣ ବଳରାମଙ୍କ ବାଲ୍ୟଲୀଳାରେ ଗାଈ ବାଛୁରୀ ନେଇ ବନ ଭୋଜିକୁ ଯିବା ଘଟଣା ଆଧାରରେ ଶ୍ରୀମନ୍ଦିରରେ ଏହି ବନଭୋଜି ବେଶ ପାଳନ ହେଉଥିବା ବିଶ୍ୱାସ ରହିଛି । ସାହି ପରମ୍ପରାରେ ବାଲିସାହି ଯାଗା ଆଖଡା ପକ୍ଷରୁ ବକାସୁର ବାହାରି ନଗର ପରିକ୍ରମା କରି ଶ୍ରୀମନ୍ଦିର ପରିଦର୍ଶନ ପରେ ସେଠାରେ ବକାସୁର ବଧ ଓ ଅର୍ଘାସୁର ବଧ ନୀତି ସମ୍ପନ୍ନ ହୋଇଥିଲା । ମଙ୍ଗଳବାର ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାଳୀୟଦଳନ ବେଶ ଅନୁଷ୍ଠିତ ହେବା ସହ ମାର୍କଣ୍ଡେୟ ପୁଷ୍କରିଣୀଠାରେ କାଳୀୟଦଳନ ନୀତି ସମ୍ପନ୍ନ ହେବ ।

Leave a Reply

Your email address will not be published. Required fields are marked *