ଆଗାମୀ ଏକ ସପ୍ତାହ ଭିତରେ ଗଠନ ହେବାକୁ ଯାଉଛି ନୂତନ ଶ୍ରୀମନ୍ଦିର ପରିଚାଳନା କମିଟି

ଆଗାମୀ ଏକ ସପ୍ତାହ ଭିତରେ ଗଠନ ହେବାକୁ ଯାଉଛି ନୂତନ ଶ୍ରୀମନ୍ଦିର ପରିଚାଳନା କମିଟି। ଏହି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବିୀରାଜ ହରିଚନ୍ଦନ। ଏହି କମିଟି ଗଠନ ହେଲେ ଅନେକ ଅଧାପନ୍ତାରିଆ କାମର ଅଗ୍ରଗତି, ଶ୍ରୀଜୀଉଙ୍କ ନୀତିକାନ୍ତିରେ ଶୃଙ୍ଖଳା,ଭକ୍ତଙ୍କ ସୁରକ୍ଷା, ଶ୍ରୀମନ୍ଦିର ସୁରକ୍ଷା ସହ ଶୃଙ୍ଖଳିତ ଦର୍ଶନ ଓ ଶ୍ରୀମନ୍ଦିର ଆଇନରେ ଶଂସୋଧନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ କମିଟିରେ ଅନୁମୋଦନ ହେବ । ଏହା ଉପରେ ସରକାରଙ୍କ ମୋହର ବାଜିବ। ନୂତନ ପରିଚାଳନା କମିଟି ଗଠନ ହେଲେ 47 ବର୍ଷ ପରେ ରତ୍ନଭଣ୍ଡାରରେ ଥିବା ଦୁର୍ମୂଲ୍ୟ ରତ୍ନ ଅଳଙ୍କାରର ଗଣତିମଣତି କରାଯିବ।

ପରିଚାଳନା କମିଟି ଗଠନ ହେଲେ ଶ୍ରୀମନ୍ଦିରର ପରିଚାଳନା ବ୍ୟବସ୍ଥା ସୁଦୃଢ ହେବ। ଅନ୍ୟପଟେ ଛାମୁ ଖୁଣ୍ଟିଆ ନିଯୋଗରୁ ଜଣେ ପରିଚାଳନା କମିଟିରେ ସଦସ୍ୟ କାହିଁକି ହୋଇପାରିବନି ବୋଲି ହାଇକୋର୍ଟରେ କେସ୍ କରିଛନ୍ତି। ସେପ୍ଟେମ୍ବର 3 ତାରିଖରେ ମାମଲାର ଶୁଣାଣି ଅଛି । ତେଣୁ ଏକ ସପ୍ତାହ ମଧ୍ୟରେ ପରିଚାଳନା କମିଟି କିଭଳି ସରକାର ଗଠନ କରିବେ ସେନେଇ ପ୍ରଶ୍ନ କରିଛନ୍ତି ଖୁଣ୍ଟିଆ ନିଯୋଗର ସଭାପତି। ଅନ୍ୟପଟେ ଆସନ୍ତା 19 ତାରିଖରେ ଭୁବନେଶ୍ୱରରେ ଆଗାମୀ ବର୍ଷ ମାନଙ୍କରେ ହେବାକୁ ଥିବା ରଥଯାତ୍ରା ସୁପରିଚାଳନା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ।

Leave a Reply

Your email address will not be published. Required fields are marked *