ପୁରୀ ଶ୍ରୀମନ୍ଦିର ଉପରକୁ ଚଢୁଥିବାବେଳେ ଜଣେ ପର୍ଯ୍ୟଟକଙ୍କୁ ଧରିଲା ଜଗନ୍ନାଥ ଟେମ୍ପଲ ପୁଲିସ

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ପୁଣି ଚ୍ୟାଲେଞ୍ଜ । ପୁରୀ ଶ୍ରୀମନ୍ଦିର ଉପରକୁ ଚଢୁଥିବାବେଳେ ଜଣେ ପର୍ଯ୍ୟଟକଙ୍କୁ ଧରିଲା ଜଗନ୍ନାଥ ଟେମ୍ପଲ ପୁଲିସ । ବେହରଣ ଦ୍ଵାର ପଟରୁ ପ୍ରାୟ ୫ ରୁ ୭ ଫୁଟ୍ ଚଢ଼ି ସାରିଥିବା ବେଳେ ଜଗନ୍ନାଥ ମନ୍ଦିର ପୋଲିସ ଜେଟିପି ହାତରେ ଧରାପଡିଛି ବ୍ୟକ୍ତି ଜଣଙ୍କ। ପରେ ତାଙ୍କୁ ସିଂହଦ୍ୱାର ପୋଲିସ ଜିମା ଦିଆଯାଇଛି। ବ୍ୟକ୍ତି ଜଣକ ବିହାରର ବୋଲି ପ୍ରାଥମିକ ସୂଚନା ମିଳିଛି।

ଦକ୍ଷିଣ ଘର ବାଟରେ ବ୍ୟକ୍ତି ଜଣକ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ। ବ୍ୟକ୍ତି ଜଣଙ୍କର ମାନସିକ ସ୍ଥିତି ଦୁର୍ବଳ ଥିବା ସୂଚନା ମିଳିଛି । ତେବେ ଏନେଇ ଅଧିକ ଛାନ୍ ଭିନ କରୁଛି ସିଂହଦ୍ୱାର ପୋଲିସ । ପୂର୍ବରୁ ଗଞ୍ଜାମ ର ଜଣେ ବ୍ୟକ୍ତି ମନ୍ଦିର ଅଁଳା ବେଢ଼ା ଉପରକୁ ଚଢ଼ି ସୁରକ୍ଷାକୁ ଚ୍ୟାଲେଞ୍ଜ ଦେଇଥିଲେ।

Leave a Reply

Your email address will not be published. Required fields are marked *