ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାତ୍ମା ଗାନ୍ଧୀଙ୍କ ପ୍ରେରଣାଦାୟକ ନେତୃତ୍ୱରେ ଭାରତ ଛାଡ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ସମସ୍ତ ସାହସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଗଭୀର କୃତଜ୍ଞତା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି ଯେ, ଭାରତ ଛାଡ ଆନ୍ଦୋଳନର ସଂଗ୍ରାମୀମାନଙ୍କ ସାହସ ଦେଶପ୍ରେମର ଏପରି ଭାବନା ଜାଗ୍ରତ କରିଥିଲା ଯାହା ସ୍ୱାଧୀନତା ସଂଗ୍ରାମ ପାଇଁ ଅଗଣିତ ଲୋକଙ୍କୁ ଏକତ୍ର କରିଥିଲା ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ଆମେ ଗଭୀର କୃତଜ୍ଞତାର ସହିତ ସେହି ସମସ୍ତ ସାହସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରୁଛୁ ଯେଉଁମାନେ ବାପୁଙ୍କ ପ୍ରେରଣାଦାୟ ନେତୃତ୍ୱରେ ଭାରତ ଛାଡ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ସାହସ ଦେଶପ୍ରେମର ଏପରି ଭାବନା ଜାଗତ୍ର କରିଥିଲା ଯାହା ସ୍ୱାଧୀନତା ସଂଗ୍ରାମ ପାଇଁ ଅଗଣିତ ଲୋକଙ୍କୁ ଏକତ୍ର କରିଥିଲା ।”