ଭଦ୍ରକ: ଆଜି ଭୋର ସମୟରେ ଭଦ୍ରକରୁ ବାହାରକୁ ବେଆଇନ ଭାବରେ ଗୋରୁ ଚାଲାଣ ହେଉଥିବା ବେଳେ ଲୋକେ ଏସମ୍ପର୍କରେ ଜାଣିବା ପରେ ଏକ ଗୋରୁ ବୋଝେଇ ଗାଡ଼ିକୁ ଅଟକାଇବା ସହ ଗୋରୁ ଗାଡ଼ିକୁ ପାସ କରାଇବେବାକୁ ଯାଉଥିବା ଏକ ଗାଡ଼ିକୁ ଉତ୍ତ୍ୟକ୍ତ ଲୋକେ ଭଙ୍ଗା ରୁଜା କରିଛନ୍ତି। ଗୋରୁ ବୋଝେଇ ଏକ ଜାଇଲୋ ଗାଡ଼ିରୁ ଭଙ୍ଗାରୁଜା କରାଯାଇ ୧୧ଟି ଗୋରୁ ଉଦ୍ଧାର କରାଯାଇଛି।
ଏଇ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସକାଳୁ ସକାଳୁ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇବା ପରେ ଘଟଣାସ୍ଥଳରେ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ପହଞ୍ଚି ଗୋରୁ ଗାଡ଼ିକୁ ଜବତ କରିବା ସହ ଗୋରୁମାନଙ୍କୁ ଉଦ୍ଧାର କରିଛି। ଏଭଳି ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାନ୍ଦିଆର ବାଲୁଅ ଛକ ନିକଟରେ।ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାନ୍ଦିଆର ବାଲୁଅ ଛକ ନିକଟରେ ଆଜି ୧୧ଟି ଗୋରୁ ଉଦ୍ଧାର ହୋଇଛନ୍ତି। ଗୋରୁମାନଙ୍କୁ ଚାଲାଣ କରାଯାଉଥିଲା। ଘଟଣା ସ୍ଥଳରୁ ଡ୍ରାଇଭର ଓ ହେଲପର ଗାଡ଼ି ଛାଡ଼ି ଫେରା ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଗାଡ଼ି ଛାଡ଼ି ଫେରା ଫେରାର ହୋଇଯାଇଛନ୍ତି। ଏଭଳି ଘଟଣା ପରେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇବାରୁ ସେଠାରେ ଗ୍ରାମାଞ୍ଚଳ ପୁଲିସ ପହଂଚି ଥିଲେ। ଏକ ଜାଇଲୋ ଗାଡିରେ ୧୧ଟି ଗୋରୁ ବୋଝେଇ ହୋଇ ଆନନ୍ଦପୁରରୁ ଭଦ୍ରକ ଆସୁଥିବା ବେଳେ ସ୍ଥାନୀୟ ଲୋକମାନେ ଖବର ପାଇ ଗାଡ଼ିକୁ ପିଛା କରିଥିଲେ। ଗାଡ଼ିକୁ ଏସକର୍ଟ ଦେଉଥିବା ଲୋକଙ୍କ ସହ ପାଟିମୁଣ୍ଡ ହୋଇଥିଲା। ପରେ ବାଲୁଅ ଛକ ନିକଟରେ ଗାଡ଼ିକୁ ଅଟକାଇବଲବା ସହ ଗାଡ଼ି ଭଙ୍ଗାରୁଜା କରିଥିଲେ। ଏହି ଘଟଣା ପରେ ଗ୍ରାମାଞ୍ଚଳ ପୁଲିସ ଉଦ୍ଧାର ଗୋରୁଙ୍କୁ ନେଇ ଗୋଶାଳାରେ ଛାଡ଼ି ଥିବା ବେଳେ ପରିସ୍ଥିତି ଉପରେ ନଜର ରଖିଛି। ଦିନକୁ ଦିନ ଗୋ ମାଫିଆଙ୍କ ଦୌରତ୍ମ୍ୟା ବଢ଼ୁ ଥିବା ବେଳେ ପୁଲିସ ଏହି ଗୋ ଚାଲାଣ ଉପରେ ଆଗାମୀ ଦିନରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ବୋଲି କହିଛି।