କୃଷି କ୍ଷେତ୍ରରେ ବିକାଶ ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣ ଲକ୍ଷ୍ୟ ଆଧାରରେ କରାଯାଇଥିବା ନିରନ୍ତର ସଂସ୍କାର ଏବଂ କୃଷକ-କୈନ୍ଦ୍ରିକ ପଦକ୍ଷେପ ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃଷି କ୍ଷେତ୍ରରେ ନିରନ୍ତର ସଂସ୍କାର ଏବଂ କୃଷକ-କୈନ୍ଦ୍ରିକ ପଦକ୍ଷେପ ଉପରେ ଏକ ଲେଖା ଶେୟାର କରିଛନ୍ତି । ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଗଠନ କରିବା ଲକ୍ଷ୍ୟ ଆଧାରରେ କାର୍ଯ୍ୟକାରୀ ହୋଇଥିବା ଏହି ପଦକ୍ଷେପ ଯୋଗୁଁ କୃଷି କ୍ଷେତ୍ରର ଦୃତ ଅଭିବୃଦ୍ଧି ହୋଇଛି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନଙ୍କ ଦ୍ୱାରା ଲିଖିତ ଆଲେଖ୍ୟ ଉପରେ ନିଜର ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;

“କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ନିରନ୍ତର ସଂସ୍କାର ଏବଂ କୃଷକ-କୈନ୍ଦ୍ରିକ ପଦକ୍ଷେପ ବିଷୟରେ ବର୍ଣ୍ଣନା କରିଛନ୍ତି, ଯାହା ଦ୍ୱାରା କୃଷି କ୍ଷେତ୍ରର ଦୃତ ଅଭିବୃଦ୍ଧି ହୋଇଛି । ଏହି ସଂସ୍କାରଗୁଡିକର ଲକ୍ଷ୍ୟ ହେଉଛି ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଗଠନ କରିବା ।”

Leave a Reply