Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୨୦୦୦ନୋଟ ବଦଳାଇବା ଲାଗି ଆବଶ୍ୟକ ନାହିଁ ପରିଚୟ ପତ୍ର: ଏସବିଆଇ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୨୦୦୦ନୋଟ ବଦଳାଇବା ଲାଗି ଆବଶ୍ୟକ ନାହିଁ ପରିଚୟ ପତ୍ର: ଏସବିଆଇ

ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖଠାରୁ

ବ୍ୟାଙ୍କରେ ଆରମ୍ଭ ହେବ ୨୦୦୦ ଟଙ୍କିଆ ନୋଟ

ବଦଳାଇବା ପ୍ରକ୍ରିୟା । ଲୋକେ ନିଜ ଅଞ୍ଚଳର ନିକଟସ୍ଥ

ବ୍ୟାଙ୍କକୁ ଯାଇ ଏହି ନୋଟ ବଦଳାଇପାରିବେ ।ତେବେ

ଜଣେ ବ୍ୟକ୍ତି ଥରକେ ୨୦ ହଜାର ପର୍ଯ୍ୟନ୍ତ ନୋଟ

ବଦଳାଇପାରିବେ । ତେବେ ଏଥିଲାଗି କୌଣସି ପରିଚୟ

ପତ୍ରର ଆବଶ୍ୟକତା ନାହିଁ ବୋଲି ଆଜି ଷ୍ଟେଟ ବ୍ୟାଙ୍କ

ଅଫ ଇଣ୍ଡିଆ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହାସହିତ

ଲୋକଙ୍କୁ କୌଣସି ଫର୍ମ ଭରିବାର ବି ଆବଶ୍ୟକତା

ନାହିଁ ବୋଲି ବ୍ୟାଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା

ଦିଆଯାଇଛି ।ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଜାରି

ହୋଇଥିବା ନୋଟିସଏସବିଆଇ ପକ୍ଷରୁ କୁହାଯାଇଛି

ଯେ ୨୦୦୦ ଟଙ୍କିଆ ନୋଟ ବଦଳାଇବା ଲାଗି

ବ୍ୟାଙ୍କକୁ କୌଣସି ପରିଚୟ ପତ୍ର ଦେବାର ଆବଶ୍ୟକ

ନାହିଁ କି କୌଣସି ଫର୍ମ ଭରିବାର ମଧ୍ୟ ଦରକାର ନାହିଁ ।

୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଖୁବ ସହଜରେ ଲୋକେ

୨୦୦୦ ଟଙ୍କିଆ ନୋଟ ବଦଳାଇପାରିବେ । ଆସନ୍ତା

୨୩ ତାରିଖଠାରୁ ସେପ୍େଟମ୍ବର ୩୦ ତାରିଖ ପର୍ଯ୍ୟନ୍ତ

ଲୋକେ ୨୦୦୦ ଟଙ୍କିଆ ନୋଟ ବଦଳାଇପାରିବେ

। ଏହା ବଦଳରେ ବ୍ୟାଙ୍କରୁ ସେମାନେ ୧୦୦,

୨୦୦ କିମ୍ବା ୫୦୦ ନୋଟ ଆଣିପାରିବେ । ହେଲେ

ବ୍ୟାଙ୍କର ଡିପୋଜିଟ ନେଇ ଥିବା ଅନ୍ୟ ନିୟମକୁ

ପାଳନ କରାଯିବ । ଯେଉଁ ଲୋକ ଗ୍ରାମାଞ୍ଚଳରେ

ରହୁଛନ୍ତି ସେମାନେ ବିଜନେସ୍ କରେସ ପେଣ୍ଡେଣ୍ଟଙ୍କ

ନିକଟରେ ୨୦୦୦ ଟଙ୍କିଆ ନୋଟ ବଦଳାଇ

ପାରିବେ । ହେଲେ ଏଠାରେ କେବଳ ୪ହଜାର ଟଙ୍କା

ପର୍ଯ୍ୟନ୍ତ ନୋଟ୍ ବଦଳାଇବାକୁ ଅନୁମତି ରହିଛି ।

ବିଜ୍?ନେସ୍? କରେସପେଣ୍ଡେଣ୍ଟ ଗ୍ରାମାଞ୍ଚଳରେ ବ୍ୟାଙ୍କ

ପରି କାର୍ଯ୍ୟ କରିଥାଏ । ଏମାନେ ଲୋକଙ୍କୁ ବ୍ୟାଙ୍କରେ

ଆକାଉଣ୍ଟ ଖୋଲିବା ଲାଗି ସାହାଯ୍ୟ କରିଥାନ୍ତି ।

ଏହାସହିତ ନେଣଦେଣରେ ମଧ୍ୟ ସାହାଯ୍ୟ କରିଥାଏ

। ଜଈଓର ସାରା ଦେଶରେ ୧୯ଟି ସ୍ଥାନରେ ଆଞ୍ଚଳିକ

କାର୍ଯ୍ୟାଳୟ ରହିଛି । ଯେପରିକି ଅହମ୍ମଦାବାଦ,

ବେଙ୍ଗାଲୁରୁ, ବେଲାପୁର, ଭୋପାଳ, ଭୁବନେଶ୍ୱର,

ଚଣ୍ଡିଗଡ଼, ଚେନ୍ନାଇ, ଗୌହାଟି, ହାଇଦ୍ରାବାଦ,

ଜୟପୁର, ଜମ୍ମୁ, କାନପୁର, କୋଲକାତା, ଲକ୍ଷ୍ନୌ,

ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ପାଟନା ଓ

ଥିରୁଅନନ୍ତପୁରମ । ଏଠାରେ ମଧ୍ୟ ନୋଟ

ବଦଳାଇହେବ ।ସୂଚନା ଥାଉ କି ‘କ୍ଲିନ୍ ନୋଟ୍ ପିଲିସି’

ମାଧ୍ୟମରେ ବଜାରରୁ ୨୦୦୦ ଟଙ୍କିଆ ନୋଟ ହଟାଇବା

ଲାଗି ଆରବିଆଇ ନିଷ୍ପତ୍ତି ନେଇଛି । ଏହି ନୀତି ମାଧ୍ୟମରେ

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଧୀରେଧୀରେ ଏହି ନୋଟ

ହଟାଇବ । ସେପଟେ ଗତ କିଛି ବର୍ଷ ଧରି ବଜାରରେ

୨୦୦୦ ଟଙ୍କିଆ ନୋଟର ଅଭାବ ପରିଲକ୍ଷିତ ହେଉଥିଲା

। ଆର୍ଥôକ ବର୍ଷ ୨୦୧୯-୨୦, ୨୦୨୦-୨୧ ଓ

୨୦୨୧-୨୨ ପରଠାରୁ ୨୦୦୦ ଟଙ୍କିଆ ନୋଟ ଛପା

ଉପରେ ମଧ୍ୟ ରୋକ ଲଗାଇଯାଇଥିଲା । ଏଥିଲାଗି

ବଜାରରେ ନୋଟର ଅଭାବ ଦେଖିବାକୁ ମିଳିଥିଲା ।

୨୦୧୬ ମସିହା ବିମୁଦ୍ରୀକରଣ ପରେ ଏହି ୨୦୦୦

ଟଙ୍କିଆ ନୋଟର ବଜାର ପ୍ରବେଶ ହୋଇଥିଲା ।

Leave a Reply