ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କାରଗିଲ ବିଜୟ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । “ଏହି ଅବସର ସେହି ବୀର ସନ୍ତାନମାନଙ୍କ ଅଦ୍ୱିତୀୟ ବୀରତ୍ୱ ଓ ସାହସ କଥା ସ୍ମରଣ କରାଇ ଦେଉଛି, ଯେଉଁମାନେ କି ଦେଶର ଗୌରବର ସୁରକ୍ଷା ପାଇଁ ସେମାନଙ୍କ ବଳିଦାନ ଦେଇଥିଲେ ।”
ପ୍ରଧାନମନ୍ତ୍ରୀ ଏକ୍ସ ର ଏକ ପୋଷ୍ଟରେ କହିଛନ୍ତି:
“ଦେଶବାସୀଙ୍କୁ କାରଗିଲ ବିଜୟ ଦିବସରେ ଢେର ଶୁଭକାମନା । ଏହି ଅବସର ଆମକୁ ମା ଭାରତୀର ସେହି ବୀର ସୁପୁତ୍ରଙ୍କ ଅପ୍ରତିମ ସାହସ ଓ ଶୌର୍ଯ୍ୟକୁ ସ୍ମରଣ କରାଇଦେଉଛି, ଯେଉଁମାନେ କି ଦେଶର ଆତ୍ମସମ୍ମାନର ରକ୍ଷା ପାଇଁ ନିଜର ଜୀବନକୁ ସମର୍ପିତ କରିଦେଇଥିଲେ । ମାତୃଭୂମି ପାଇଁ ବଳିଦାନ ସକାଶେ ସେମାନଙ୍କ ଉତ୍ସାହ ପ୍ରତ୍ୟେକ ପିଢ଼ିକୁ ପ୍ରେରଣ ଦେଉଥିବ । ଜୟହିନ୍ଦ