ପିକଅପରୁ ୧୦ ଗୋରୁ ଉଦ୍ଧାର, ଚାଳକ ଅଟକ
ତିହିଡି: ଜୁନ ୨୧ ତାରିଖ ଦିନ ତିହିଡ଼ି ବଜାର ସିନେମା ହଲ ସମ୍ମୁଖରେ ଏକ ନମ୍ବର ବିହୀନ ପିକଅପରେ ଚାଲାଣ ହେଉଥିବା ଗାଈ ଓ ବାଛୁରୀ ସମେତ ୧୦ ଗୋରୁ ଉଦ୍ଧାର କରାଯାଇଛି। କୌଣସି ସୂତ୍ରରୁ ଖବର ପାଇ ତିହିଡ଼ି ଥାନା ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କ ନେତୃତ୍ୱରେ ପୁଲିସ ଟିମ ଜଗି ରହିଥିଲା। ଅଟକ ଥିବା ଚାଳକ ମତୋ ପରମାନନ୍ଦପୁର ଗ୍ରାମର ମଜବୁର ରହେମାନ ବୋଲି ଜଣାପଡ଼ିଛି । ଉଦ୍ଧାର ଗୋରୁଙ୍କୁ ସୟାସ୍ଥିତ ପତିତପାବନ ଗୋ’ଶାଳାରେ ଛଡ଼ାଯାଇଛି।