ଘରୋଇ ହିଂସାର ନିଆଁରେ ଜଳୁଛି ବାଂଲାଦେଶ

ବଙ୍ଗବନ୍ଧଶେଖ ମୁଜିବୁର ରହମାନ ସହରର ଗୋପାଳଗଞ୍ଜରେ ଆୱାମୀ ଲିଗ୍ ଏବଂ ପୋଲିସ ମଧ୍ୟରେ ସଂଘର୍ଷ। ଏହି ହିଂସାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଗୋପାଳଗଞ୍ଜରେ ଶେଖ ହାସିନାଙ୍କୁ କ୍ଷମତାରୁ ହଟାଇଥିବା ଛାତ୍ର ଦଳ ଏନସିପିର ଆନ୍ଦୋଳନ ପୂର୍ବରୁ ଏହି ହିଂସା ଘଟିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବୁଧବାର ଗୋପାଳଗଞ୍ଜ ଏକ ରଣକ୍ଷେତ୍ରରେ ପରିଣତ ହୋଇଥିଲା। ଏଠାରେ ଦିନସାରା ପୋଡ଼ାଜଳା, ହିଂସା ଏବଂ ଗୁଳିଚାଳନା ଜାରି ରହିଥିଲା।

ଡାକ୍ତରମାନେ କହିଛନ୍ତି ଯେ ଗୁଳି ବାଜିବା ପରେ ମୃତକମାନଙ୍କୁ ଆହତ ଅବସ୍ଥାରେ ଗୋପାଳଗଞ୍ଜ ଜେନେରାଲ ହସ୍ପିଟାଲକୁ ଅଣାଯାଇଥିଲା। ସେ କହିଛନ୍ତି ଯେ ଗୁଳିରେ ଆହତ ହୋଇଥିବା ଆଉ ୯ ଜଣଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

Leave a Reply