ଏୟାର ଡିଫେନ୍ସ ସିଷ୍ଟମର ସଫଳ ପରୀକ୍ଷଣ

ଭାରତ ବୁଧବାର ଏକ ନୂଆ ଏୟାର ଡିଫେନ୍ସ ସିଷ୍ଟମର ସଫଳ ପରୀକ୍ଷଣ କରିଛି। ଏହା ହେଉଛି ଭାରତର ସଂପୂର୍ଣ୍ଣ ସ୍ବଦେଶୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା, ଯାହାକୁ ଡିଆରଡିଓ ଦ୍ୱାରା ପ୍ରସ୍ତୁତ କରାଯାଇଛି। ‘ଆକାଶ ପ୍ରାଇମ୍’ ନାମକ ଏହି ଏୟାର ଡିଫେନ୍ସ ସିଷ୍ଟମକୁ ଲଦାଖ ସେକ୍ଟରରେ ୧୫ ହଜାର ଫୁଟ ଉଚ୍ଚତାରେ ସଫଳ ପରୀକ୍ଷଣ କରାଯାଇଛି।  ପରୀକ୍ଷଣ ସମୟରେ ଦୁଇଟି ହାଇସ୍ପିଡ୍ ଟାର୍ଗେଟ୍‌କୁ ଏହି ନୂଆ ସିଷ୍ଟମ୍‌ ସିଧାସଳଖ ଆକ୍ରମଣ କରିଥିଲା ଏବଂ ଶତ ପ୍ରତିଶତ ସଫଳ ହୋଇଥିଲା ବୋଲି ପ୍ରତିରକ୍ଷା ଅଧିକାରୀ କହିଛନ୍ତି। ଆକାଶ ପ୍ରାଇମ ସିଷ୍ଟମ ପାଇଁ ଭାରତୀୟ ସେନାରେ ଆକାଶ ଏୟାର ଡିଫେନ୍ସ ସିଷ୍ଟମର ତୃତୀୟ ଓ ଚତୁର୍ଥ ରେଜିମେଣ୍ଟ ଗଠନ ହେବ।    ଏହି ନୂଆ ପ୍ରତିରକ୍ଷା ବ୍ୟବସ୍ଥାର ସଫଳତା ପରେ ଯଦି ଭବିଷ୍ୟତରେ କୌଣସି ଶତ୍ରୁ ଦେଶ ଭାରତ ଉପରେ ଆଖି ପକାଇବାକୁ ଚେଷ୍ଟା କରେ ତେବେ ଭୀଷଣ ଝଟ୍‌କା ଖାଇବା ନିଶ୍ଚିତ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *