ମମତା ଦିଦିଙ୍କୁ ପଡିଛି ଦଇବ ଚଡକ

 ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାକୁ ନେଇ ଲଗାତର ବିବାଦରେ ରହିଥିବା ମମତା ଦିଦିଙ୍କୁ ପଡିଛି ଦଇବ ଚଡକ। ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ସୋସିଆଲ ପୋଷ୍ଟକୁ ନେଇ ଏବେ ପୁଣି ଚର୍ଚ୍ଚାକୁ ଫେରିଛି ଦୀଘା ଜଗନ୍ନାଥ ମନ୍ଦିର । ବଜ୍ରପାତ ଯୋଗୁଁ ମୁଖ୍ୟ ମନ୍ଦିର ଉପରେ ଲାଗିଥିବା ପତାକା ପୋଡିଯାଇଥିବା କଥା ସାମ୍ନାକୁ ଆଣିଛନ୍ତି ଏହି ବିଜେପି ନେତା। ଏଭଳି ଘଟଣାକୁ ନେଇ ଏବେ ପୁରୀରେ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା  । ସେବାୟତଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀଙ୍କ ପର୍ଯ୍ୟନ୍ତ ସମସ୍ତେ ମମତା ବାନାର୍ଜୀଙ୍କ ଅହଙ୍କାରକୁ ଦାୟୀ କରିଛନ୍ତି । ଏଥି ସହ ମନ୍ଦିର ନିର୍ମାଣଶୈଳୀରେ ଭୁଲ୍ ଯୋଗୁଁ ଏଭଳି ଅଘଟଣ ଘଟିଛି ବୋଲି ଚର୍ଚ୍ଚା ହେଉଛି । ସେପଟେ ଦୀଘା ଜଗନ୍ନାଥ ମନ୍ଦିରର ନିର୍ମାଣଶୈଳୀ ଭୁଲ୍ ଯୋଗୁଁ ଏଭଳି ଅଘଟଣ ଘଟିଥିବା କହିଛନ୍ତି ବରିଷ୍ଠ ସ୍ତମ୍ଭକାର ହରିଶଙ୍କର ମିଶ୍ର।   ତେଣୁ ଦିଦି ନିଜ ଗର୍ବ ଅହଙ୍କାର ତ୍ୟାଗ କରି ପୁରୀ ଆସି ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସେ କହିଛନ୍ତି । ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ସହ ତାହାକୁ ମୂଳ ପୀଠ ପୁରୀ ଶ୍ରୀମନ୍ଦିର ସହ ସମାନ ଦେଖାଇବାର ଦୁଃସାହସ ଦିଦିଙ୍କୁ ଦିନକୁ ଦିନ ମହଙ୍ଗା ପଡ଼ିବାରେ ଲାଗିଛି ା  ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରି ଏହାକୁ ଜଗନ୍ନାଥ ଧାମ୍ ନାମକରଣ କରି ବିବାଦକୁ ଆସିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । 

Leave a Reply