ମୃତ ଛାତ୍ରୀଙ୍କୁ   ନେଇ କିଛି ବ୍ୟକ୍ତି ସୋସିଆଲ ମିଡିଆରେ ପରିବାର ଲୋକଙ୍କୁ ଆକ୍ଷେପ କରିବାରୁ ଥାନାରେ ଏତଲା 

ଭୋଗରାଇ: ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ପରିବାର ଲୋକ ନିଜ ଝିଅକୁ ହରାଇ ଭାଙ୍ଗିପଡ଼ିଛନ୍ତି। ଏହାରି ମଧ୍ୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ଛାତ୍ରୀଙ୍କୁ   ନେଇ କିଛି ବ୍ୟକ୍ତି ସୋସିଆଲ ମିଡିଆରେ ପରିବାର ଲୋକଙ୍କୁ ଆକ୍ଷେପ କରି ବିଭିନ୍ନ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ମୃତ ଛାତ୍ରୀଙ୍କ ଭାଇ ଭୋଗରାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ମୃତ ଛାତ୍ରୀଙ୍କ ଭାଇ ସୋସିଆଲ ମିଡିଆରେ ତାଙ୍କ ପରିବାର ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗରେ  ଭୋଗରାଇ ଥାନାରେ ୪ରୁ ଉର୍ଦ୍ଧ୍ବ ଲୋକଙ୍କ ନାଁରେ ଏତଲା ଦେଇଛନ୍ତି। ଯାହା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *