ଭାରତୀୟ ସୈନିକଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ-ସରେଣ୍ଡର କରିବା ସହ ଜାମିନ ଆବେଦନ ଦାଖଲ କଲେ ରାହୁଲ ଗାନ୍ଧୀ

ସୀମା ସଡ଼କ ସଙ୍ଗଠନର ଅବସରପ୍ରାପ୍ତ ନିର୍ଦ୍ଦେଶକ ଉଦୟ ଶଙ୍କର ଶ୍ରୀବାସ୍ତବ କୋର୍ଟ ସମ୍ମୁଖରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ଅଭିଯୋଗ ଦାୟର କରିଥିଲେ। ସେ କହିଥିଲେ ଯେ, ରାହୁଲ ଗାନ୍ଧୀ ୧୬ ଡିସେମ୍ୱର ୨୦୨୨ରେ ଭାରତ ଯୋଡୋ ଯାତ୍ରା ବେଳେ ଭାରତୀୟ ସେନାର ଅପମାନ କରିଥିଲେ , ସେ ୯ଡିସେମ୍ୱର ୨୦୨୨ରେ ଅରୁଣାଚଳ ପ୍ରଦେଶର ସୀମାରେ ଭାରତୀୟ ସେନା ଓ ଚାଇନା ସେନା ମଧ୍ୟରେ ହୋଇଥିବା ସଂଘର୍ଷ ବିଷୟରେ ଗଣମାଧ୍ୟମ ଓ ଲୋକଙ୍କୁ ସମ୍ୱୋଧିତ କରି କହିଥିଲେ ଯେ, ଲୋକେ ଭାରତ ଯୋଡୋ ଯାତ୍ରା ବିଷୟରେ ପଚାରିବେ କିନ୍ତୁ ଚାଇନା ସୈନିକଙ୍କ ଦ୍ୱାରା ଆମର ସୈନିକଙ୍କୁ ମାଡ଼ ମାରିବା ବିଷୟରେ ଥରୁଟିଏ ବି ପ୍ରଶ୍ନ ପଚାରିବେ ନାହିଁ।

ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ , ଚାଇନା ସୈନିକଙ୍କ ଦ୍ୱାରା ଭାରତୀୟ ସୈନିକଙ୍କୁ ମାଡ଼ ମାରିବା ବିଷୟରେ ରାହୁଲଙ୍କ ବିବୃତ୍ତିରେ ତାଙ୍କର ଭାବନା ଆହତ ହୋଇଛି। ରାହୁଲ ଗାନ୍ଧୀଙ୍କ ଏହି ବୟାନ ପରେ ଭାରତୀୟ ସେନା ଅଧିକାରୀ ଅଫିସିଆଲି ବୟାନ ମଧ୍ୟ ଜାରି କରିଥିଲେ। ସେନା କହିଥିଲେ ଯେ, ଚାଇନା ସେନା ଭାରତୀୟ ସୀମାରେ ଅତିକ୍ରମଣ କରୁଥିଲେ , ଯାହାର ଭାରତୀୟ ସେନା ଉପଯୁକ୍ତ ଜବାବ ଦେଇଥିଲା। ଏହାପରେ ଚାଇନା ସେନା ଫେରି ଯାଇଥିଲା।
ଲକ୍ଷ୍ନୌର ସାଂସଦ-ବିଧାୟକ କୋର୍ଟ ଭାରତୀୟ ସୈନିକଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ମାମଲାରେ ,ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। କୋର୍ଟ ୨୦ ହଜାର ଟଙ୍କାର ମୁଚଲିକାରେ ଜାମିନ ଦେଇଛନ୍ତି। ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ବେଳେ ଦେଇଥିବା ବିବୃତ୍ତିକୁ ନେଇ ରୁଜୁ ଏହି ମାମଲାରେ ପ୍ରଥମ ପାଞ୍ଚୋଟି ଶୁଣାଣିରେ ହାଜର ହୋଇ ନଥିଲେ। ମଙ୍ଗଳବାର ସେ ଆଡିସନାଲ ଚିଫ୍‌ ଜ୍ୟୁଡିସିଆଲ ମାଜିଷ୍ଟ୍ରେଟ୍‌ ଆଲୋକ ବର୍ମାଙ୍କ ସମ୍ମୁଖରେ ବ୍ୟକ୍ତିଗତ ଭାବେ ହାଜର ହୋଇ ସରେଣ୍ଡର କରିବା ସହ ଜାମିନ ଆବେଦନ ଦାଖଲ କରିଥିଲେ।

Leave a Reply

Your email address will not be published. Required fields are marked *