୨୦୨୦ ଜୁନରେ ଗଲୱାନ ଘାଟିରେ ହୋଇଥିବା ସଂଘର୍ଷ ପରେ ଜୟଶଙ୍କରଙ୍କ ଏହା ପ୍ରଥମ ଚୀନ ଯାତ୍ରା । ସେ କହିଛନ୍ତି ଯେ ଏପ୍ରିଲ୍ ୨୨ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଜାଣିଶୁଣି କାଶ୍ମୀରର ପର୍ଯ୍ୟଟନ ଅର୍ଥବ୍ୟବସ୍ଥାକୁ ଦୁର୍ବଳ କରିବା ଓ ଧାର୍ମିକ ଉତ୍ତେଜନା ସୃଷ୍ଟି କରିବା । ଏହି ଆକ୍ରମଣରେ ୨୬ ଜଣ ନୀରିହ ପର୍ଯ୍ୟଟକଙ୍କୁ ନୃଶଂସ ଭାବେ ହତ୍ୟା କରିଥିଲେ । ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କର ଚୀନର ତିଆନଜିନରେ ଆୟୋଜିତ ସଂଘାଇ କର୍ପୋରେସନ ସଂଗଠନ (ଏସସିଓ) ବିଦେଶ ମନ୍ତ୍ରୀଙ୍କ ବୈଠକରେ ଭାଗ ନେଇଛନ୍ତି । ଏହି ଅବସରରେ ସେ ଜମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କଥା ଉଠାଇଛନ୍ତି । ସଦସ୍ୟ ଦେଶଗୁଡ଼ିକ ସଂଗଠନର ମୂଳ ଉଦ୍ଦେଶ୍ୟ ପ୍ରତି ପ୍ରତିବଦ୍ଧ ରହିବା ଦରକାର ଓ ଆତଙ୍କବାଦ ବିରୋଧରେ କୌଣସି ପ୍ରକାର ଉଦାରତାକୁ ଗ୍ରହଣ କରାନଯିବା ଦରକାର ।
ଜୟଶଙ୍କର ଏହା ମଧ୍ୟ କହିଛନ୍ତି ଯେ ଜାତିସଂଘ ସୁରକ୍ଷା ପରିଷଦ ଏହି ଆକ୍ରମଣକୁ କଡ଼ା ନିନ୍ଦା କରିଥିଲା । ସୁରକ୍ଷା ପରିଷଦ ଏହା ମଧ୍ୟ କହିଥିଲା ଯେ ଏହି ନିନ୍ଦନୀୟ ଆତଙ୍କୀ ଆକ୍ରମଣର ଅପରାଧୀ, ସାମାଜିକ କର୍ମୀ, ଫଣ୍ଡିଂ ଓ ସମର୍ଥନ କରୁଥିବା ଲୋକଙ୍କୁ ନ୍ୟାୟର କାଠଗଢାକୁ ଅଣାଯିବା ଦରକାର । ଜୟଶଙ୍କର କହିଛନ୍ତି ଯେ ଭାରତ ଠିକ୍ ଏହି କାମ କରିଥିଲା ଓ ଆଗକୁ ମଧ୍ୟ ଏପରି ହିଁ କରିବ । ଜୟଶଙ୍କର କହିଛନ୍ତି ଯେ ସଂଘାଇ କର୍ପୋରେସନ ସଂଗଠନର ପ୍ରତିଷ୍ଠା ଆତଙ୍କବାଦ, ବିଚ୍ଛିନ୍ନତାବାଦ ଓ ଚରମପନ୍ଥୀର ମୁକାବିଲା ଉଦ୍ଦେଶ୍ୟରେ କରାଯାଇଥିଲା । ଏହି ତିନି ସମସ୍ୟା ସବୁବେଳେ ଏକାସଙ୍ଗରେ ଦେଖିବାକୁ ମିଳିଥାଏ । ସେ ଜୋର ଦେଇ କହିଛନ୍ତି, ଏସସିଓକୁ ନିଜର ମୂଳ ଉଦ୍ଦେଶ୍ୟ ପ୍ରତି ପ୍ରତିବଦ୍ଧ ରହିବା ପାଇଁ ଆତଙ୍କବାଦ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ହେବ ।