ଗାଡକଣ ଶିଶୁ ମନ୍ଦିରର ସଫଳତା

ଭୁବନେଶ୍ୱର: ଗାଡକଣର ଗ୍ରାମର,ସ୍ୱର୍ଗତ ଶ୍ରୀ ଫକୀର ପାଣିଙ୍କ ଝିଅ ସ୍ୱାତୀ ସୋମାଲିକା ପାଣି. ଗାଡକଣ ଆଦିମାତା କଲୋନୀ ସ୍ଥିତି ସରସ୍ୱତୀ ବିଦ୍ୟା ମନ୍ଦିରର ଦଶମ ଛାତ୍ରୀ ଥିଲେ,ଏ ବର୍ଷ ଦଶମ ପରୀକ୍ଷାରେ ଆଦିମାତା କଲୋନୀ ଶିଶୁ ବିଦ୍ୟା ମନ୍ଦିରର ଟପର ହୋଇଛନ୍ତି.୬୦୦ ମାର୍କ ରୁ ସେ ୫୬୬ ମାର୍କ ଆଣି ପ୍ରଥମ ସ୍ଥାନ ଅଧିକାର କରିବା ସହିତ ଗାଡ଼କଣ ଶିଶୁ ବିଦ୍ୟା ମନ୍ଦିର ପାଇଁ ଏକ ସୁନାମ ଅର୍ଜନ କରିଛନ୍ତି.ବାପା ବିଗତ ଚାରି ବର୍ଷ ହେଲା ଏ ଦୁନିଆରେ ଆଉ ନାହାନ୍ତି ନାହାନ୍ତି.କିନ୍ତୁ ତାଙ୍କ ବାପା ଜଣେ ଶିକ୍ଷକ ଥିଲେ ତାଙ୍କ ପ୍ରେରଣାରେ ତାଙ୍କ ଆଶୀର୍ବାଦ ରେ ତାଙ୍କ ଝିଅ ତାଙ୍କ ନାମକୁ ରଖିବା ପାଇଁ ସମର୍ଥ ହେଇଛି. ଏହାଶୁଣି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ନେତାଗଣ ତାଙ୍କ ବାସ ଭବନରେ ଆଜି ପହଞ୍ଚିଥିଲେ,ପଟିଆ ଅଞ୍ଚଳର ସମାଜସେବକ ଶ୍ରୀ ନୃସିଂହ ବେହେରା. ରଙ୍ଗମାଟିଆର ଅରକ୍ଷିତ ବେହେରା. କଲ୍ୟାଣ ପୁର ପଂଚାୟତର ଚିତ୍ତ ରଞ୍ଜନ ସ୍ୱାଇଁ. କଳାରାହାଙ୍ଗା ଦୁଇ ନମ୍ବର ୱାର୍ଡର ସୁରେନ୍ଦ୍ର ବେହେରା. ବରୀମୁଣ୍ଡ ପଂଚାୟତର ପ୍ରମୋଦ ଶ୍ରୀଚନ୍ଦନ, ହୃଷିକେଶ ମହାନ୍ତି, ରଘୁନାଥପୁର ପଂଚାୟତର ଗୋପାଳ ଚନ୍ଦ୍ର ମାଝୀ,ଗାଡ଼କଣ ପ୍ରଶନ କୁମାର ସାହୁଙ୍କ ଉପସ୍ଥିତରେ ଉତ୍ତର ନିର୍ବାଚନ ମଣ୍ଡଳୀ ଲାଡୁଆ ନେତା ଶ୍ରୀ ଶଙ୍କର ବାରିକ ତାଙ୍କ ଗ୍ରାମର ଝିଅ ତାଙ୍କର ଭଉଣୀ ତାଙ୍କ ସାରଙ୍କ ଝିଅଙ୍କୁ ସମ୍ଭର୍ଦ୍ଧନା ଦେଇଥିଲେ, ଏବଂ କହିଥିଲେ ତାଙ୍କ ବାପାଙ୍କର ଯେଉଁ ଅଧୁରା ସପ୍ନ ଥିଲା ତାଙ୍କ ଝିଅ ପୁର୍ଣ କରିଦେଲା ତାଙ୍କ ବାପା ଗାଡ଼କଣ ଗ୍ରାମର ଯେଉଁ ଗରିବ ପିଲା ପାଠପଢି ପାରୁନଥିଲା,ସେ ତାଙ୍କୁ ପାଠ ପଢ଼ାଉଥିଲେ ତାଙ୍କର ସ୍କୁଲ ଅଷ୍ଟମ, ନବମ, ଦଶମ,ହେଉବା ଟିଉସନ ସମ୍ପୂର୍ଣ ମାଗଣାରେ ପାଠ ପଢ଼ାଉଥିଲେ, ତାଙ୍କର ଦେହାନ୍ତ ଦିନ ତାଙ୍କର ଛାତ୍ର ଛାତ୍ରୀ ମାନେ ହସ୍ପିଟାଲ ଠାରୁ ସ୍ମସାନ ପର୍ଯ୍ୟନ୍ତ ତାଙ୍କ ମର ଶରୀରକୁ ଦେଖିବା ପାଇଁ ଲାଇନ ହୋଇ ଅପେକ୍ଷାରେ ଥିଲେ,ତାଙ୍କ ସାର କେବେ ଆସିବେ ଗ୍ରାମ ଲୋକ ମଧ୍ୟ୍ୟ ଶୋକାକୁଳ ଅବସ୍ଥାରେ ଅପେକ୍ଷା କରିଥିଲେ,ସେହି ମହାନ ମଣିଷର ଦ୍ୱିତୀୟ ସନ୍ତାନ ସ୍ୱାତୀ ସୋମାଲିକା ପାଣି,ସ୍ୱରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପଢ଼ନ୍ତି ତାଙ୍କ ସାର ମାନେ କୁହନ୍ତି ସ୍ୱାତୀ ଆମ ସ୍କୁଲ ପାଇଁ ଗୌରବ, ଭଗବାନ ତାର ଚଲାପଥ କୁସୁମିତକରନ୍ତୁ, ଗ୍ରାମବାସୀ କହନ୍ତି ବାପା ଗାଡ଼କଣର ସମସ୍ତଙ୍କ ପ୍ରିୟ ଲୋକେଥିଲେ ତାଙ୍କ ଝିଅ ମଧ୍ୟ୍ୟ ଗାଡ଼କଣର ଗର୍ବ ଓ ଗୌରବ.ସ୍ୱାତୀ କୁହନ୍ତି ମୋ ମା, ମୋ ବାପାଙ୍କ ଆଶୀର୍ବାଦ, ପରିବାର ଲୋକଙ୍କ ଆଶୀର୍ବାଦ, ମୋ ପ୍ରିୟ ଗୁରୁଜୀ ଗୁରୁମା ପ୍ରଧାନ ଆଚାର୍ଯ୍ୟ ସ୍କୁଲ କର୍ତ୍ତୃପକ୍ଷଙ୍କ ଆଶୀର୍ବାଦ ପାଇଁ ଆଜି ମୁଁ ଏ ଜାଗାରେ ପହଂଚି ପାରିଛି,ଜୀବନରେ ମୋର ଇଞ୍ଜିନିୟର ବା ଡାକ୍ତର ହବା ପାଇଁ ଆଶା ଅଛି.ହେଲେ ଗରିବ ଲୋକ ମାନଙ୍କ ପାଇଁ ମୁଁ ସେବା କରି୍ୱ ବୋଲି କହିଛନ୍ତି ସୁମାଲି ।

Leave a Reply

Your email address will not be published. Required fields are marked *