ଖେଣ୍ଟାଳୋ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରାଦେଶିକ ମେଧାରେ ଛାତ୍ରୀଙ୍କ କୃତିତ୍ୱ

କଟକସଦର : ଶିକ୍ଷାବର୍ଷ ୨୦୨୨/ ୨୩ରେ ପ୍ରାଦେଶିକ ମେଧା ପରୀକ୍ଷାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଖେଣ୍ଟାଳୋର ତୃତୀୟ ଶ୍ରେଣୀର ଛାତ୍ରୀ ସୁଶ୍ରୀ ଅଭିସ୍ପା ଦାଶ,ପିତା – ଆଦିତ୍ୟ ନାରାୟଣ ଦାସ ମାତା – ପ୍ରିୟଙ୍କା ପ୍ରିୟଦର୍ଶିନୀ ଚୌଧୁରୀ,ଗ୍ରାମ ବରହମପୁର ଜଗତସିଂହପୁର ବିଭାଗରେ ପ୍ରଥମ ସ୍ଥାନ ଓ ପୂର୍ବ ସମ୍ଭାଗରେ ରେଙ୍କ – ୫ ରେ ଖେଣ୍ଟାଳୋର ଶିଶୁ ବିଦ୍ୟାମନ୍ଦିରର ଶ୍ରି ବୃଦ୍ଧି କରିଛନ୍ତି । ଉକ୍ତ ଶିଶୁଙ୍କ ଏହି ସଫଳତା ପାଇଁ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମାଓ ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଆଚାର୍ଯ୍ୟ, ସଭାପତି ଶ୍ରୀଯୁକ୍ତ ସୁମନ୍ତ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଆଶୋକ କୁମାର ବେହେରା, ସଭ୍ୟ ଶ୍ରୀ ଜ୍ୟୋତି ପ୍ରକାଶ ମହାନ୍ତି, ଶ୍ରୀମତି ମନୋରମା ସାହୁ, ଶ୍ରୀମତି ଚାରୁଲତା ସେଠୀ, ଶ୍ରୀଯୁକ୍ତ ମନୀନ୍ଦ୍ର ଚନ୍ଦ୍ର ଦାସ, ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ସାହୁ, ଅଭିଭାବକ ପ୍ରତିଭା ଦେବୀ ଓ ପ୍ରସନ୍ନ କୁମାର ଚୌଧୁରୀ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରି ଶିଶୁ ଭଉଣୀଙ୍କ ଉତରୋତ୍ତର ଉନ୍ନତି ପାଇଁ ଭଗବାନଙ୍କ ଆଶିଷ ଭିକ୍ଷା କରିଛନ୍ତି ।

Leave a Reply

Your email address will not be published. Required fields are marked *