ଢାକା: ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସା ଥମୁନଥିବା ବେଳେ ଆଉ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ରାଜଧାନୀ ଢାକାରେ ଜଣେ ହିନ୍ଦୁ ବ୍ୟବସାୟୀ ଲାଲ ଚାନ୍ଦ ସୋହାଗଙ୍କୁ ଇସ୍ଲାମିକ କଠୋରପନ୍ଥୀମାନେ ପିଟିପିଟି ହତ୍ୟା କରିଛନ୍ତି। ହତ୍ୟା ପରେ ଆକ୍ରମଣକାରୀମାନେ ଶବ ଉପରେ ନାଚିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏଭଳି ଘଟଣା ପଡ଼ୋଶୀ ଦେଶରେ ହିନ୍ଦୁମାନଙ୍କ ସୁରକ୍ଷା ଉପରେ ବଡ଼ ପ୍ରଶ୍ନଚିହ୍ନ ଲଗାଇ ଦେଇଛି। ଲାଲ ଚାନ୍ଦ ଜଣେ ସ୍କ୍ରାପ୍ ବ୍ୟବସାୟୀ ଏବଂ ତାଙ୍କର ସଫଳତାକୁ ଘୃଣା କରୁଥିବା କଠୋରପନ୍ଥୀମାନେ ଅଚାନକ ତାଙ୍କୁ ଘେରିଯାଇ ସର୍ବସମ୍ମୁଖରେ ପିଟିପିଟି ମାରିଦେଇଥିଲେ। ଏହାର ପ୍ରତିବାଦରେ ଶନିବାର ଶତାଧିକ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇ ଅନ୍ତରୀଣ ସରକାର ଭିଡ଼ ହିଂସା ରୋକିବାରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି। ସ୍କ୍ରାପ୍ ଡିଲର ଲାଲ ଚାନ୍ଦଙ୍କୁ ହତ୍ୟା ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି।