ଭାରତ-ଚୀନ୍ ସମ୍ପର୍କକୁ ପୂର୍ବଭଳି ସ୍ୱାଭାବିକ କରିବା ଉପରେ ଗୁରୁତ୍ୱାରୋପ

ବେଜିଂ: ୫ବର୍ଷ ପରେ ଚୀନ୍‌ ଗଲେ ଭାରତୀୟ ବୈଦଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ଆଜି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଚୀନ୍ ଉପରାଷ୍ଟ୍ରପତି ହାନ୍ ଝେଙ୍ଗଙ୍କୁ ଭେଟିଛନ୍ତି।ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, “୫ବର୍ଷ ପରେ ଦୁଇ ଦେଶ ପରସ୍ପରକୁ ଭେଟିଛନ୍ତି। ଏହି ସମୟରେ ଅନ୍ତର୍ଜାତୀୟ ପରିସ୍ଥିତି ଅତ୍ୟନ୍ତ ଜଟିଳ। ଏପରି ପରିସ୍ଥିତିରେ ଭାରତ ଏବଂ ଚୀନ୍ ମଧ୍ୟରେ ଦୃଷ୍ଟିକୋଣର ଖୋଲା ଆଦାନପ୍ରଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତ, ଚୀନ୍‌ର ସାଂଘାଇ ସହଯୋଗ ସଂଗଠନ(ଏସସିଓ) ଅଧ୍ୟକ୍ଷତା ସଫଳତାକୁ ସମର୍ଥନ କରୁଛି ଏବଂ ବିଶ୍ୱାସ କରୁଛି ଯେ ଗତ ଅକ୍ଟୋବରରେ କଜାନରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସାକ୍ଷାତ ପରଠାରୁ ଆମର ଦ୍ୱିପାକ୍ଷିକ ସମ୍ପର୍କ ନିରନ୍ତର ସୁଧାରିବାରେ ଲାଗିଛି।”

Leave a Reply

Your email address will not be published. Required fields are marked *