ଅପରେସନ କାଳନେମୀ-ଗିରଫ ଭଣ୍ଡବାବାଙ୍କ ସଂଖ୍ୟା ୧୦୦

ଡେରାଡୁନ- ଉତ୍ତରାଖଣ୍ଡରେ ପୋଲିସ ଭଣ୍ଡବାବାଙ୍କ ବିରୋଧରେ ଅପରେସନ ‘କାଳନେମୀ’ ଚଳାଇଛି। ଦୁଇ ଦିନ ହେଲା ଆରମ୍ଭ ହୋଇଥିବା ଅପରେଶନର ଶନିବାର ଦ୍ୱିତୀୟ ଦିନ ସାଧୁ ବେଶରେ ବୁଲୁଥିବା ୨୩ ଜଣ ଭଣ୍ଡବାବାଙ୍କୁ ଗିରଫ କରାଯାଇଛି। ଏହା ସହ ମୋଟ ଗିରଫ ଭଣ୍ଡବାବାଙ୍କ ସଂଖ୍ୟା ୧୦୦କୁ ପହଞ୍ଚିଛି। ତେବେ ଶନିବାର ଗିରଫ ହୋଇଥିବା ଭଣ୍ଡ ବାବାଙ୍କ ମଧ୍ୟରୁ ୧୦ ଜଣ ଅନ୍ୟ ରାଜ୍ୟର ବୋଲି ଜଣାପଡିଛି। ଏଥିରେ ଅନେକ ବଙ୍ଗଳାଦେଶୀ ମୁସଲମାନ ମଧ୍ଯ ଅଛନ୍ତି ା

କେବଳ ଡେରାଡୁନରେ ଏ ପର୍ଯ୍ୟନ୍ତ ୫୦ ଭଣ୍ଡଙ୍କୁ ଗିରଫ କରାଗଲାଣି। ଏମାନଙ୍କ ମଧ୍ୟରେ ମୁସଲମାନ ସମୂଦାୟର ଲୋକେ ବି ଅଛନ୍ତି। ଏଥିରେ ଏସଏସପି ଡେରାଡୁନ ଅଜୟ ସିଂହ କହିଛନ୍ତି ଯେ ଲୋକଙ୍କ ଆସ୍ଥା ସହିତ କାହାରିକୁ ଖେଳିବାକୁ ଦିଆଯିବନି। ଦେବଭୂମିରେ ଧର୍ମ ଆଢୁଆଳରେ ଲୋକଙ୍କ ଭାବନା ଓ ଆସ୍ଥା ସହିତ ଖେଳୁଥିବା ଏବଂ ଠକେଇ କରୁଥିବା ଛଦ୍ମ ବେଶଧାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଧାମୀଙ୍କ ନିର୍ଦ୍ଦେଶରେ ଅପରେସନ ‘କାଳନେମୀ’ ଆରମ୍ଭ କରାଯାଇଛି। 

ଏଥିରେ ବରିଷ୍ଠ ଅଧିକାରୀ ଥାନାପ୍ରଭାରୀଙ୍କୁ ନିଜନିଜ ଥାନା ଅଞ୍ଚଳରେ ଏପରି ଭଣ୍ଡ ବାବାଙ୍କ ସନ୍ଧାନ କରି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ହରିଦ୍ୱାରରେ ମଧ୍ୟ ପୋଲିସ ଏପରି ବହୁରୂପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚଳାଇଛି। ଏସଏସପି ପ୍ରମେନ୍ଦ୍ର ଡୋଭାଲ କହିଛନ୍ତି ଯେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏପରି ବାବାଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ କରିବାକୁ ପୃଥକ ପୃଥକ ଟିମ୍‌ ଗଢାଯାଇଛି। 

ହରିଦ୍ୱାରରେ ଏପର୍ଯ୍ୟନ୍ତ ୪୫ ଜଣ ବହୁରୂପୀ ସାଧୁଙ୍କୁ ଗିରଫ କରାଯାଇଛି। କୁହାଯାଇଛି ଯେ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଅଞ୍ଚଳରେ ପୋଲିସ ଟିମ୍ ଦ୍ୱାରା କୋଲିୟର କ୍ଷେତ୍ରରୁ ୬ ଜଣ ଭଣ୍ଡବାବାକୁ ଗିରଫ କରାଯାଇଛି। ସେହିପରି ସହରାଞ୍ଚଳ ଟିମ୍ ତ୍ୱରିତ କାର୍ଯ୍ୟାନୁଷ୍ଠାନ କରି କୋତୱାଲୀ ଥାନାଅଞ୍ଚଳରେ ୧୩, ଶ୍ୟାମପୁରରୁ ୧୮ ଓ କନଖେଲରୁ ୮ ଭଣ୍ଡ ବାବାଜୀଙ୍କୁ ଗିରଫ କରିଛି।  

Leave a Reply

Your email address will not be published. Required fields are marked *