କାଉଡିଆ ଯାତ୍ରା ସମୟରେ ୟୁପିରେ ଯେପରି ମାଛ, ମାଂସ ସମ୍ପୂର୍ଣ୍ଣ ବନ୍ଦ ରୁହେ ସେହିପରି ଦିଲ୍ଲୀରେ ଏହି ଥର ମଧ୍ୟ କାଉଡିଆ ଯାତ୍ରା ସମୟରେ ମାଛ ମାଂସ ଦୋକାନ ବନ୍ଦ ରହିବ । ଏନେଇ ରେଖା ଗୁପ୍ତା ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
ଜୁଲାଇ ୧୧ରୁ ୨୩ ଜୁଲାଇ ପର୍ଯ୍ୟନ୍ତ ହେବାକୁ ଥିବା କାଉଡ଼ିଆ ଯାତ୍ରା ପାଇଁ ଦିଲ୍ଲୀରେ ସମସ୍ତ ମାଂସ ଦୋକାନ ବନ୍ଦ ରହିବ ବୋଲି ଭାରତୀୟ ଜନତା ପାର୍ଟି ନେତା କପିଲ ମିଶ୍ରା କହିଛନ୍ତି।