ଚମ୍ପୁଆ ଉପଖଣ୍ଡରେ ଦିନକୁଦିନ ଖ୍ରୀଷ୍ଟ ଧର୍ମପ୍ରଚାର ବଢିବାରେ ଲାଗିଛି

ଚମ୍ପୁଆ ଉପଖଣ୍ଡରେ ବଢୁଛି ଧମାନ୍ତରୀକରଣ
ଚମ୍ପୁଆ: ଚମ୍ପୁଆ ଉପଖଣ୍ଡରେ ଦିନକୁଦିନ ଏକ ନିର୍ଦ୍ଦିଷ୍ଟ ଧର୍ମପ୍ରଚାର ବଢିବାରେ ଲାଗିଛି। ଯାହାଫଳରେ ଗ୍ରାମାଞ୍ଚଳଗୁଡିକରେ ସାମାଜିକ ବାତାବରଣ କ୍ଷୁର୍ଣ୍ଣ ହେଉଛି । ଏକ ନିର୍ଦ୍ଦିଷ୍ଟ ଧର୍ମର ଧର୍ମଯାଜକମାନେ ଗାଁ ଗାଁ ବୁଲି ଆଦିବାସୀମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଧର୍ମ ପରିବର୍ତ୍ତନ କରୁଥ‌ିବା ଅଭିଯୋଗ ହୋଇଛି । ପୂର୍ବରୁ ଯୋଡା ବ୍ଲକର କୁଲଡୁମ, କୋହ୍ଲ ହୁଣ୍ଡୁଳା ଅଞ୍ଚଳ, ଝୁମ୍ପୁରା ବ୍ଲକର ବାଲିବନ୍ଧ ନିକଟ ହୁଣ୍ଡୁଳା ଆଦି ସ୍ଥାନମାନଙ୍କରେ ଧର୍ମାନ୍ତରୀକରଣକୁ ନେଇ ଗଣ୍ଡଗୋଳ ହୋଇଥିଲା। ସ୍ଥାନୀୟ ପ୍ରଶାସନର ହସ୍ତକ୍ଷେପ ଫଳରେ ତାର ସମାଧାନ କରାଯାଇଥିଲା। ମାତ୍ର ଏହି ଧର୍ମାନ୍ତରୀକରଣ ଥମିବାର ନାଁ ଧରୁନାହିଁ । ଗତ ଦୁଇଦିନ ତଳେ ଚମ୍ପୁଆ ଥାନା ଚନ୍ଦ୍ରଶେଖରପୁର ପଞ୍ଚାୟତ ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମରେ ଧର୍ମାନ୍ତରୀକରଣକୁ ନେଇ ଦୁଇ ଗୋଷ୍ଠୀ
ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ଚମ୍ପୁଆ ପୁଲିସ୍ ଗ୍ରାମରେ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ମିଳିଥିବା ଖବର ଅନୁସାରେ ବଲଭଦ୍ରପୁର ଗ୍ରାମରେ ଏକ ସରକାରୀ ଜମିରେ ପ୍ରଧାନମନ୍ତ୍ରୀ ଆବାସ ଘରେ ନିର୍ମିତ ଚର୍ଚ୍ଚରେ ରବିବାର ପ୍ରାର୍ଥନା ଅନୁଷ୍ଠିତ ହେବା ସହ ବେଆଇନ୍ ଧର୍ମାନ୍ତରୀକରଣ ନେଇ ଯୋଜନା ହେଉଥିଲା । ଏଥ୍ ପାଇଁ କିଛି ଖ୍ରୀଷ୍ଟ ଧର୍ମ ପ୍ରଚାରକ ବଳଭଦ୍ରପୁର ଗ୍ରାମକୁ ମଧ୍ଯ ଆସିଥିଲେ। ତେବେ ଏହାକୁ ଗ୍ରାମବାସୀ ମାନେ ବିରୋଧ କରିଥିଲେ। ଯାହାକୁ ନେଇ ଦୁଇ ପକ୍ଷ ମୁହାଁମୁହିଁ ହେବ। ସହ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ଚମ୍ପୁଆ ପୁଲିସ୍ ଗ୍ରାମରେ ପହଞ୍ଚି ଦୁଇ ପକ୍ଷଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ତେବେ ଚମ୍ପୁଆ ବ୍ଲକ୍ ର ନିରୀହ ଆଦିବାସୀ ମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଧର୍ମ ର ପ୍ରଚାରକ ମାନେ ପ୍ରଲୋଭିତ କରି ବେଆଇନ୍ଧ ର୍ମାନ୍ତରୀକରଣ କରୁଥିବାରୁ ଗ୍ରାମାଞ୍ଚଳ ଗୁଡ଼ିକ ରେ ସାମାଜିକ ସଦଭାବ ନଷ୍ଟ ହେଉଛି। ବେଆଇନ୍ ଧର୍ମାନ୍ତରୀକରଣ ପ୍ରତି ଲଗାମ ଲଗାଇବାକୁ ପ୍ରଶାସନ ଦୃଢ଼ ପଦକ୍ଷେପ ନେବାକୁ ଦାବି ହେଉଛି। ଏହାଛଡା ଅଦାଲତର ଆଦେଶ ଅନୁସାରେ ଯେଉଁ ଆଦିବାସୀମାନେ ଅନ୍ୟଧର୍ମ ଗ୍ରହଣ କରୁଛନ୍ତି, ସଂରକ୍ଷଣ କ୍ଷେତ୍ରରେ ସେମାନଙ୍କର ଆଦିବାସୀ ଜନିତ କୋଟା ଉଚ୍ଛେଦ କରିବାକୁ ପୂର୍ବରୁ ରାୟ ପ୍ରକାଶ ପାଇଛି। ତେବେ ଉପଖଣ୍ଡରେ ଏହି ସବୁସ୍ଥାନମାନଙ୍କ ବ୍ୟତୀତ ଆଉ କେଉଁକେଉଁ ସ୍ଥାନରେ ଧର୍ମ ପରିବର୍ତ୍ତନ କରିଛନ୍ତି ଓ କେତେପରିବାର ରହୁଛନ୍ତି ତାର ଏକ ସର୍ଭେ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ହୁଏତ ଏହି ବ୍ୟବସ୍ଥାର ଉଚ୍ଛେଦ ହୋଇପାରନ୍ତା ବୋଲି ମତପ୍ରକାଶ ପାଇଛି। ତୁରନ୍ତ ଏ ଦିଗରେ ସ୍ଥାନୀୟ ପ୍ରଶାସନ ଦୃଷ୍ଟିଦେବାକୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *