ଆସନ୍ତାକାଲି ଦଶମୀ ତିଥିରେ ନୀଳାଦ୍ରି ବାହୁଡିବେ ବିଶ୍ଵ ନିଅନ୍ତା। ଆଡ଼ପ ମଣ୍ଡପରେ ବର୍ଷର ଶେଷ ଦର୍ଶନ ଦେବେ ମହାପ୍ରଭୁ। ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରାର ପୂର୍ବ ପ୍ରସ୍ତୁତି ତଥା ନୀତି ବହୁଳତା ଦୃଷ୍ଟିରୁ “ସନ୍ଧ୍ୟା ଦର୍ଶନ” ସନ୍ଧ୍ୟା ୬ ଘଟିକା ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାରରେ ସର୍ବସାଧାରଣ ପ୍ରବେଶ ବନ୍ଦ ରହିବ। ନିର୍ଦ୍ଧାରିତ ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଶୋଧ ଅନୁଷ୍ଠିତ ହେବା ପରେ ଶ୍ରୀଜୀଉଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ନୀତି ସମ୍ପାଦନ କରାଯିବ।
ଭକ୍ତ ଓ ଶ୍ରଦ୍ଧାଳୁ ମାନେ ବାହୁଡ଼ା ଯାତ୍ରା ଦିନ ରଥାରୂଢ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ ସୌଭାଗ୍ୟ ଲାଭ କରିପାରିବେ l ତେଣୁ ସନ୍ଧ୍ୟା ଦର୍ଶନ ସମ୍ପର୍କିତ ଏହି ବ୍ୟବସ୍ଥାକୁ, ମହାପ୍ରଭୁଙ୍କ ନୀତି ସମ୍ପାଦନରେ ନିଜର ସେବା ସମର୍ପଣ ମନେ କରି ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ସହଯୋଗ କରିବେ । ବାହୁଡ଼ା ପାଇଁ ଦକ୍ଷିଣ ମୋଡ଼ ହୋଇ ଶରଧାବାଲିରେ ଦଣ୍ଡାୟମାନ ହୋଇଛି ତିନି ରଥ।