କେଶବଧାମରେ ଶିଶୁ ଭାରତୀ ଶପଥପାଠ ଉତ୍ସବ

କେଶବଧାମରେ ଶିଶୁ ଭାରତୀ ଶପଥପାଠ ଉତ୍ସବ
କଟକ-ବିଦ୍ୟାଧରପୁର: କେଶବଧାମ ସରସ୍ବତୀ ବିଦ୍ୟା ମନ୍ଦିର (ଆବାସିକ)ରେ ଶିଶୁ ଭାରତୀ ମନ୍ତ୍ରୀମଣ୍ଡଳ ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷା ବିକାଶ ସମିତି ମାଧ୍ୟମିକ ବିଭାଗର ଶୈକ୍ଷିକ ସଂଯୋଜକ କୈଳାସ ଚନ୍ଦ୍ର ମିଶ୍ର ଯୋଗ ଦେଇଥିଲେ। ବିଦ୍ୟାମନ୍ଦିର ପ୍ରଧାନଆଚାର୍ଯ୍ୟ ସନ୍ତୋଷ କୁମାର ପଣ୍ଡା, ସହ-ପ୍ରଧାନଆଚାର୍ଯ୍ୟ ଜିତେନ୍ଦ୍ର କୁମାର ସାହୁ, ବରିଷ୍ଠ ଆଚାର୍ଯ୍ୟ ଶରତ ଚନ୍ଦ୍ର ସେନ୍, ବିଦ୍ୟାଳୟର ଶିଶୁଭାରତୀ ପ୍ରମୁଖ ଆଚାର୍ଯ୍ୟ ଜୟକୃଷ୍ଣ ରାଉତ ଉପସ୍ଥିତ ଥିଲେ। ବିଦ୍ୟାଳୟର ଶିଶୁ ଭାରତୀ ସଦସ୍ୟ ଅତିଥି ପରିଚୟ ଦେଇଥିଲେ। ଶିଶୁ ଭାରତୀର ଚୟନିତ ସଦସ୍ୟଙ୍କୁ ପ୍ରଧାନ ଆଚାର୍ଯ୍ୟ ଶପଥପାଠ କରାଇଥିଲେ। ଶିଶୁ ଭାରତୀର ସଭାପତି ଭାବେ ସିର୍ଦ୍ଦେଶ ବିଶ୍ବାଳ, ଉପ-ସଭାପତି ପ୍ରଜ୍ଞାନ ପଣ୍ଡା, ସମ୍ପାଦକ ପ୍ରତ୍ୟୁଷ କୁମାର ସାହୁ, ସହ-ସମ୍ପାଦକ ଆଦିତ୍ୟ କୁମାର ସାହୁ, ସେନାପତି ସାନିଧ୍ୟ କୁମାର ସାହୁ, ଉପ- ସେନାପତି ଭାବେ ସ୍ବପ୍ଲେଶ କୁମାର ଭୂୟାଁ ପ୍ରମୁଖ ପଦାଧିକାରୀ ଶପଥପାଠ କରିଥିଲେ।

Leave a Reply