Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଡାକ୍ତରଙ୍କୁ ଜେନେରିକ୍ ଔଷଧ ଲେଖିବାକୁ ପରାମର୍ଶ-କେନ୍ଦ୍ର ସରକାରଙ୍କ କଡ଼ା ଆଭିମୁଖ୍ୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଡାକ୍ତରଙ୍କୁ ଜେନେରିକ୍ ଔଷଧ ଲେଖିବାକୁ ପରାମର୍ଶ-କେନ୍ଦ୍ର ସରକାରଙ୍କ କଡ଼ା ଆଭିମୁଖ୍ୟ

ନୂଆଦିଲ୍ଲୀ: ଦେଶରେ ଜେନେରିକ୍ ଔଷଧକୁ ନେଇ କେନ୍ଦ୍ର ସରକାର ଏବେ କଡ଼ା ଆଭିମୁଖ୍ୟ ପ୍ରକାଶ କରିଛନ୍ତି । ସୋମବାର ଜାରି ଏକ ଆଦେଶ ଅନୁଯାୟୀ, କେନ୍ଦ୍ର ସରକାର ଅଧୀନସ୍ଥ ସମସ୍ତ ଡାକ୍ତରଙ୍କୁ ଜେନେରିକ୍ ଔଷଧ ଲେଖିବାକୁ ପରାମର୍ଶ ଦିଆଯାଇଛି । ସରକାର କହିଛନ୍ତି ଯଦି ଡାକ୍ତର ପ୍ରେସକ୍ରିପସନରେ ଜେନେରିକ୍ ଔଷଧ ଲେଖୁନାହାଁନ୍ତି ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ସ୍ୱାସ୍ଥ୍ୟ ସେବା ନିଦେ୍ର୍ଦଶକ ଜେନେରାଲ ଆଦେଶ ଜାରି କରି ଚେତାବନୀ ଦେଇଛନ୍ତି ଯେ, ଯଦି କେହି ଡାକ୍ତର ଜେନେରିକ୍ ଔଷଧକୁ ପ୍ରେସ୍କ୍ରିପସନରେ ସାମିଲ୍ କରିବେନି ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଦେଶରେ କୁହାଯାଇଛି କିଛି ଡାକ୍ତର ବ୍ରାଣ୍ଡେଡ୍ ଔଷଧ ଲେଖୁଛନ୍ତି ଯାହା ଠିକ୍ ନୁହେଁ । ଏହା ସହ ମେଡିକାଲ ରିପ୍ରେଜେନଟେଟିଭ୍ଙ୍କୁ ମଧ୍ୟ ସାକ୍ଷାତ କରିବାକୁ ମନା କରାଯାଇଛି । ସୂଚନାଥାଉକି, ପୂର୍ବରୁ ମଧ୍ୟ ଏଭଳି ଆଦେଶ ଦିଆଯାଇଥିଲା ଏହା ପରେ ମଧ୍ୟ କିଛି ଡାକ୍ତରଙ୍କ ତରଫରୁ ପ୍ରେସକ୍ରିପସନରେ ବ୍ରାଣ୍ଡେଡ୍ ଔଷଧ ଲେଖାଯାଉଥିଲା । ତେବେ ବ୍ରାଣ୍ଡେଡ୍ ଔଷଧ ଲେଖିବାର ଗୋଟିଏ କାରଣ ହେଉଛି ଜେନେରିକ୍ ଔଷଧର ଉପଲବ୍ଧତା । ଅଧିକାଂଶ ସରକାରୀ ହସ୍ପିଟାଲରେ ଜେନେରିକ୍ ଔଷଧ କମ୍ ଥିବା ସାମ୍ନାକୁ ଆସିଛି । ସାଧାରଣତଃ ଜେନେରିକ୍ ଔଷଧ ବ୍ରାଣ୍ଡେଡ୍ ଔଷଧ ତୁଳନାରେ ବେଶ୍ ଶସ୍ତା ହୋଇଥିାଏ । ଫଳରେ ରୋଗୀଙ୍କ ଉପରେ ଅଧିକ ଆର୍ଥôକ ବୋଝ ପଡ଼ିନଥାଏ ।

Leave a Reply