Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ତାଳଚେର ଶିଶୁମନ୍ଦିରରେ ସଂପାଦକ ଓ ପ୍ରଧାନାଚାର୍ଯ୍ୟ ବୈଠକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ତାଳଚେର ଶିଶୁମନ୍ଦିରରେ ସଂପାଦକ ଓ ପ୍ରଧାନାଚାର୍ଯ୍ୟ ବୈଠକ

ତାଳଚେର : ତାଳଚେର ବ୍ରାହ୍ମଣୀବିହାରସ୍ଥିତ ତାଳଚେର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଦୁଇ ଦିବସୀୟ ଜିଲ୍ଲାସ୍ତରୀୟ ସମ୍ପାଦକ ଓ ପ୍ରଧାନାଚାର୍ଯ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ବିକାଶ ସମିତି,ଓଡିଶାଙ୍କ ମଧ୍ୟସମ୍ଭାଗ ଅନୁଗୋଳଙ୍କର ପ୍ରତ୍ୟକ୍ଷ ତତ୍ୱବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଉଦ୍?ଘାଟନୀ ସମାରୋହରେ ସମ୍ଭାଗ ସଭାପତି ପରେଶ ଚନ୍ଦ୍ର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ମାର୍ଗ ଦର୍ଶକ ଭାବରେ ବିଦ୍ୟାଭାରତୀଙ୍କ ପୂର୍ବ କ୍ଷେତ୍ର ସହମନ୍ତ୍ରୀ ହେମନ୍ତ କୁମାର ପାଣିଗ୍ରାହୀ,ସମ୍ଭାଗ ସମ୍ପାଦକ ସନ୍ତୋଷ କୁମାର ପୃଷ୍ଟି,ଜିଲ୍ଲା ପ୍ରମୁଖ ପ୍ରତାପ ଚନ୍ଦ୍ର ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସହ ଜିଲ୍ଲା ପ୍ରମୁଖ ବିଶ୍ୱନାଥ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ତାଳଚେର ଶିଶୁମନ୍ଦିରର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଜିଲ୍ଲା ପ୍ରମୁଖ ପ୍ରତାପ ଚନ୍ଦ୍ର ଦେହୁରୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରକାଶ କରିଥିଲେ । ଏହି ଅବସରରେ ସହମନ୍ତ୍ରୀ ହେମନ୍ତ ପାଣିଗ୍ରାହୀ ବିଦ୍ୟାଭାରତୀଙ୍କ ଆଗାମୀ ଯୋଜନାର ସଫଳ ରୂପାୟନ ତଥା ଜାତୀୟ ଶିକ୍ଷାନୀତି ଆଧାରରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ସମ୍ଭାଗ ସଂପାଦକ ସନ୍ତୋଷ ପୃଷ୍ଟି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଗୁଡିକରେ ହେଉଥିବା ବିଭିନ୍ନ ଆର୍ଥôକ ସମସ୍ୟା ତଥା ଏହାର ସମାଧାନ ପାଇଁ ସରକାରଙ୍କ ଦ୍ୱାରା ପ୍ରଣୟ କରାଯାଇଥିବା ବିଭିନ୍ନ ନିୟମ ଅନୁଯାୟୀ କାର୍ଯ୍ୟ କରିବା ପାଇଁ ସମସ୍ତ କାର୍ଯ୍ୟକର୍ତାମାନଙ୍କୁ ପରାମର୍ଶ ଦେଇଥିଲେ । ତାହାସହିତ ବିଦ୍ୟାଳୟଗୁଡିକର ଅଡିଟ୍ କରା ଯାଇ ବାର୍ଷିକ ରିପୋର୍ଟ ପ୍ରସ୍ତୁତ କରିବା, ଆୟକର ରିଟର୍ଣ୍ଣ ଦାଖଲ କରିବା ତଥା କୌଣସି ପ୍ରକାର ଦୁର୍ନୀତିକୁ ପ୍ରଶୟ ନଦେବା ପାଇଁ ଅନଲାଇନ ମାଧ୍ୟମରେ ଆର୍ଥôକ କାରବାର କରିବା ପାଇଁ ଉପସ୍ଥିତ ଅଧିକାରୀମାନେ ମାର୍ଗଦର୍ଶନ କରାଇଥିଲେ । ଏହାସହିତ ପ୍ରାଦେଶିକ ମେଧା ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ୫ଜଣ ଓ ଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ଅନୁଗୋଳ ଜିଲ୍ଲାରୁ କୃତିତ୍ୱ ହାସଲ କରିଥିବା ୧୪ ଜଣ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲାର ୩୯ଟି ଶିଶୁମନ୍ଦିରର ୭୮ଜଣ ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଅନୁଗୋଳ ବିଭାଗ ନିରୀକ୍ଷକ ବିରଂଚି ନାରାୟଣ ମହାପାତ୍ର ପରିଚାଳନା କରିଥିଲେ । ଶେଷରେ ତାଳଚେର ସଙ୍କୁଳ ପ୍ରମୁଖ ପ୍ରମୋଦ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାନ୍ତ ବିଦ୍ୱତ ପରିଷଦ ସଂଯୋଜକ ଅଶ୍ୱିନୀ କୁମାର ନାୟକ,କ୍ଷେତ୍ର ଶାରିରୀକ ପ୍ରମୁଖ ବଳରାମ ସାହୁ,ମଧ୍ୟ ସମ୍ଭାଗ ସଂଯୋଜକ ମଧୁସୂଦନ ବାରିକ,ଢେଙ୍କାନାଳ ବିଭାଗ ନିରୀକ୍ଷକ ଶୁଶାନ୍ତ କୁମାର ପାଣିଗ୍ରାହୀ,ଅଖିଳ ଭାରତୀୟ ବୈଦିକ ଗଣିତ ସହ ସଂଯୋଜକ ପ୍ରସନ୍ନ କୁମାର ସାହୁ,ତାଳଚେର ସଙ୍କୁଳ ସଂଯୋଜକ ହେମନ୍ତ କୁମାର ପ୍ରଧାନଙ୍କ ସମେତ ତାଳଚେର ଶିଶୁ ମନ୍ଦିର ପରିଚାଳନା ସମିତିର ସଭାପତି ବିପିନ ବିହାରୀ ସାହୁ,ସଂପାଦକ ଦୁଃଶାସନ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Leave a Reply