କୁଜଙ୍ଗ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସଫଳତା

କୁଜଙ୍ଗ: କୁଜଙ୍ଗ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କୁଜଙ୍ଗରେ ଅଧ୍ୟୟନରତ ୨ଜଣ ଛାତ୍ରଛାତ୍ରୀଙ୍କ ସଫଳତା ନେଇ ବେଶ ପ୍ରଶଂସିତ ହୋଇଥିଲେ । କୁମାରୀ ଅପର୍ଣ୍ଣା ମହାନ୍ତି, ମାତା ରୁନୁବାଳା ମହାନ୍ତି, ପିତା ଜ୍ୟୋତି ରଞ୍ଜନ ମହାନ୍ତି ସରକାରଙ୍କ ଦ୍ୱାରା ଆୟୋଜିତ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସମଗ୍ର ଜଗତ୍ସିଂହପୁର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିଗ୍ରହଣ କରି କୃତିତ୍ୱ ଅର୍ଜନ ପୂର୍ବକ ନିଜ ବିଦ୍ୟାଳୟର ଗାରିମା ବୃଦ୍ଧି କରିଛନ୍ତି । ସେହିପରି ଉକ୍ତ ବିଦ୍ୟାଳୟର ଅଧ୍ୟନରତ ଅନ୍ୟଜଣେ ପ୍ରତିଭା ଅଂଶୁମାନ ପ୍ରଧାନ, ମାତା ଅନିତା ପ୍ରଧାନ, ପିତା-ଅଶ୍ୱିନୀ ପ୍ରଧାନ, ଗ୍ରାମ ଜିଲ୍ଲାନାସି ବ୍ଳକସ୍ତରୀୟ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷାରେ ନିଜକୁ ଷଷ୍ଠ ସ୍ଥାନରେ ନିଜକୁ ପ୍ରତିଷ୍ଠିତ କରି ବି୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି । ଏହି ଦୁଇ ପ୍ରତିଭାଙ୍କୁ ଅନୁଷ୍ଠାନର ସମ୍ପାଦକ ଆଇନିଜୀବୀ କରୁଣାକର ସାହୁ, ସଭାପତି ରଜନୀକାନ୍ତ ଦାସ, ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ଖୁଣ୍ଟିଆଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା’ ସେମାନଙ୍କୁ ଅନ୍ତରର ସାଧୁବାଦ ଜଣାଇବା ସହିତ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏତଦବ୍ୟତୀତ ବିଗତ ଶିକ୍ଷାବର୍ଷ ୨୦୨୨-୨୩ ବର୍ଷରେ ବିଦ୍ୟାଳୟ ଶିକ୍ଷୟତ୍ରୀ ମଧ୍ୟରୁ ମୋଟ ୧୦ଜଣ ଶିକ୍ଷାର୍ଥୀ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *