ଗୋରୁ ମାଫିଆଙ୍କ କାରନାମା

ଗୋରୁ ମାଫିଆଙ୍କ କାରନାମା
ବେଗୁନିଆ, ୨୯/୬ : ଅମାନୁଷିକ, ଅମାନବୀୟ ଢଙ୍ଗରେ ବେଗୁନିଆରୁ ଦିନକୁ ଦିନ ହେଉଛି ଗୋ ଚାଲଣ  ଗଳା ବାଟ ଦେଖି ରାତି ଅନ୍ଧକାରରେ ଗୋରୁ ମାଫିଆମାନେ ସକ୍ରିୟ ହୋଇ ରାଜ୍ୟ ବାହାରକୁ ଗୋ ଚାଲଣ କରୁଥିବା ସାମ୍ନାକୁ ଆସିଛି। ତେବେ ସରକାର ବଦଳିବା ପରେ ଗୋ ଚାଲଣ ଉପରେ କିଛି ମାତ୍ରାରେ ରୋକ ଲାଗିଛି ଓ ଖୋଲା ମେଲାରେ ହେଉଥିବା ଗୋ ଚାଲଣ କରିବାକୁ ଭୟ କରୁଛନ୍ତି ଗୋ ମାଫିଆ। ତଥାପି ନୂଆ ତରିକାରେ ଗୋ ମାଫିଆ ମାନେ ଗୋ ମାତାଙ୍କୁ ରାଜ୍ୟ ବାହାରକୁ ଚାଲଣ କରାଯାଉଥିବା ଦେଖିବାକୁ ମିଳୁଛି।
ସେହିଭଳି ଯାତ୍ରୀ ବୁହା ଗାଡିରେ ସିଟ ଖୋଲି ଗୋ ମାତାମାନଙ୍କୁ ଚାଲଣ କରାଯାଉଛି ଯେପରି ଗୋ ଚାଲାଣ ସମ୍ପର୍କରେ କାହାକୁ କିଛି ସନ୍ଦେହ ନହେବ। ତେବେ ଏହିଭଳି ଢଙ୍ଗରେ ଦିନକୁଦିନ ବେଗୁନିଆ ଅଞ୍ଚଳରୁ ଶହ ଶହ ଗୋରୁଙ୍କୁ ରାଜ୍ୟ ବାହାରକୁ ଚାଲଣ କରୁଛନ୍ତି ଗୋ ମାଫିଆ ମାନେ ଜୁନ 29 ଭୋର ସମୟରେ ଯାତ୍ରୀ ବୁହା ଟାଭେରା ଗାଡ଼ିରେ ଗୋ ମାତାଙ୍କୁ ଭର୍ତ୍ତି କରି ରାଜ୍ୟ ବାହାରକୁ ଚାଲଣ କରାଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଗାଡି। ଫଳରେ ଘଟଣା ସାମ୍ନାକୁ ଆସିଥିଲା ା  | ଗୋରୁ ଗାଡିଟି ଦୋକାନ ଘରକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ  ହୋଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ  ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଗାଡି ଭିତରେ ୪ଟି ଗୋରୁ ଥିବା ଦେଖିଥିଲେ। ଯାତ୍ରୀବାହୀ ଗାଡିରେ କିଭଳି ଚୋରା ଚାଲଣ କରାଯାଉଛି ମାନେ ତୀବ୍ର ପ୍ରତିକ୍ରିୟା
ପ୍ରକାଶ କରି ପୁଲିସକୁ ଖବର ଦେବା ସହ ଗାଡି ଖୋଲି ଗୋ ମାତା ମାନଙ୍କୁ ଉଦ୍ଧାର କରି ଛାଡି ଦେଇଥିଲେ ।
ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଗାଡିଟିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି। ସେପଟେ ଗୋ ମାଫିଆଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନ ନିଆଯିବା କାରଣରୁ ଦିନକୁଦିନ ଗୋ ବଂଶ ଲୋପ ପାଇବାରେ ଲାଗିଛି। ଗୋମାଫିଆ ମାନେ ନୂଆ ନୂଆ ତରିକାରେ ଗୋ ଚାଲଣ କରି ଗୋ ବଂଶ ନିପାତ କରିବା ରେ ଲାଗି ପଡିଛନ୍ତି। ଏହା ଉପରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି। ଏହି ଗାଡ଼ିରେ କେଉଁଠୁ କେଉଁଆଡେ ଗୋ ଚାଲାଣ ହେଉଥିଲା, କିଏ ଗୋ ଚାଲାଣରେ କେଉଁମାନେ ସଂପୃକ୍ତି ଅଛନ୍ତି।ଗୋ ଚଲାଣରେ ରାକେଟ କାମ କରୁଛି ନା କଣ ଏସବୁକୁ ଠାବ କରିବା ଏବଂ କାର୍ଯ୍ୟାନୁଷ୍ଠାନ ନେବା ପୁଲିସ ପାଇଁ ଚ୍ୟାଲେଞ୍ଚ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *