ଭାରତୀୟ ମଜଦୁର ସଂଘ କେନ୍ଦ୍ରାପଡ଼ାର ଜିଲା ସମ୍ମିଳନୀ

ଭାରତୀୟ ମଜଦୁର ସଂଘ କେନ୍ଦ୍ରାପଡ଼ାର ଜିଲା ସମ୍ମିଳନୀ
କେନ୍ଦ୍ରାପଡ଼ା, ୨୯ /୬ : ଭାରତୀୟ ମଜଦୁର ସଂଘ କେନ୍ଦ୍ରାପଡ଼ା ଜିଲାର ବାର୍ଷିକ ସମ୍ମିଳନୀ ସହରର ତିନିମୁହାଣୀ ସ୍ଥିତ କଜଳା ମହାଦେବ ମନ୍ଦିର ପରିସରରେ ଜିଲା ସଭାପତି ଅରୁନ୍ଧତୀ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ମଜଦୁର ସଂଘର ରାଜ୍ୟ କାର୍ଯ୍ୟକର୍ତ୍ତା ବସନ୍ତ କୁମାର ସାହୁ ମୁଖ୍ୟ ଅତିଥ୍ ଭାବେ ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥ୍ୟ ଭାବେ ଜଗତସିଂହପୁର ଜିଲା ସଭାପତି ଅକ୍ଷୟ କୁମାର ଦାସ ଓ ପୁଷ୍ପଲତା ରଥ, ଶାନ୍ତନୁ ମଲ୍ଲିକ, ପ୍ରଶାନ୍ତ କୁମାର ତ୍ରିପାଠୀ ପ୍ରମୁଖ ଅତିଥ୍ ଭାବେ ଯୋଗ ଦେଇଥିଲେ। ଭାରତୀୟ ମଜଦୁର ସଂଘ ସମ୍ମିଳନୀ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ସମ୍ମିଳନୀରେ ପୁଷ୍ପଲତା ରଥ ବସନ୍ତକୁମାର ସାହୁ, ପ୍ରଶାନ୍ତ କୁମାର ତ୍ରିପାଠୀ, କାହ୍ନୁ ଚରଣ ବେହେରା, ସହ ସମ୍ପାଦକ ମଥୁରୀ ସାହୁ, ପ୍ରଶାନ୍ତ କୁମାର ପ୍ରଧାନ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ବେହେରା, ପ୍ରଦୀପ ପତି ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *