ପୁରୀ ଅଘଟଣ-ଉନ୍ନୟନ କମିସନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ତଦନଉନ୍ନୟନ କମିସନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ତଦନ୍ତ

ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ରଥଯାତ୍ରାର ସମସ୍ତ କାର୍ଯ୍ୟ ଯେପରି ସୁରୁଖୁରରେ ହେବ ସେଥିପାଇଁ ରାଜ୍ୟ ସରକାର ଆଜି ପୁଣି ରଥ ଦାୟିତ୍ବ ଆବଣ୍ଟନରେ ଅଦଳବଦଳ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରା ପରିଚାଳନାର ସମସ୍ତ କାର୍ଯ୍ୟ ତଦାରଖ ଦାୟିତ୍ବ ଦିଆଯାଇଛି। ଶ୍ରୀ ଅଗ୍ରୱାଲ ପୂର୍ବରୁ ପୁରୀ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ। ସେହିପରି ରଥଯାତ୍ରା ପରିଚାଳନାରେ ବିଭିନ୍ନ ନୀତିକାନ୍ତି, କାର୍ଯ୍ୟକ୍ରମରେ ପୁଲିସ ନିୟୋଜନ ବ୍ୟବସ୍ଥାର ସାମୂହିକ ତଦାରଖ କରିବା ପାଇଁ ଅତିରିକ୍ତ ଡିଜି (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦାୟିତ୍ବ ଦିଆଯାଇଛି। ସୌମେନ୍ଦ୍ରଙ୍କର ପୂର୍ବରୁ ପୁରୀ ଏସ୍‌ପି ଭାବେ କାର୍ଯ୍ୟ କରିବାର ଓ ରଥଯାତ୍ରା ଦାୟିତ୍ବ ତୁଲାଇବାର ଅଭିଜ୍ଞତା ରହିଛି। ସମସ୍ତ ନିର୍ଦ୍ଦେଶ ତୁରନ୍ତ ଲାଗୁ ହେବ ବୋଲି କୁହାଯାଇଛି। ଶରଧାବାଲିରେ ମହାପ୍ରଭୁଙ୍କ ଦର୍ଶନ ସମୟରେ ପ୍ରଶାସନ ଅବହେଳା କରିଛି ବୋଲି ରାଜ୍ୟ ସରକାର ସ୍ବୀକାର କରିଛନ୍ତି। ଏଥିପାଇଁ ଉନ୍ନୟନ କମିସନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ତଦନ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *