ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚୂଡାନ୍ତ ରଥ ସମନ୍ବୟ ବୈଠକ ବସିବ

ପୁରୀ-ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚୂଡାନ୍ତ ରଥ ସମନ୍ବୟ ବୈଠକ ବସିବ। ଶୃଙ୍ଖଳିତ ରଥ ଯାତ୍ରା ନେଇ ବିଭିନ୍ନ ଅଧିକାରୀ ଏବଂ ଶ୍ରୀମନ୍ଦିର ପ୍ରଶାସନ ସହିତ ହେବା ପୁଙ୍ଖାନୁପୁଙ୍ଖ ଆଲୋଚନା ।

ଶ୍ରୀମନ୍ଦିରରେ ଜାରି ରହିଛି ମହାପ୍ରଭୁଙ୍କ ସ୍ବତନ୍ତ୍ର ଅଣସର ଉପଚାର। ୧୧ ଦିନର ନିରବଚ୍ଛିନ୍ନ ସେବା ପରେ ସୁସ୍ଥ ହୋଇଛନ୍ତି ଦାରୁବ୍ରହ୍ମ। ଶନିବାର ଖଳିଲାଗି ଏକାଦଶୀରେ ଏଭଳି ଶୁଭ ସୂଚନା ମିଳିଛି ଶ୍ରୀମନ୍ଦିରରୁ। ଦଶମୂଳ ମୂଳ ମହୌଷଧ ଅର୍ପଣ ପରେ ମହାପ୍ରଭୁ ପୂରା ସୁସ୍ଥ । ଏଣୁ ଆଗଭଳି କୋଳାହଳମୟ ହୋଇଛି ବଡ଼ଦେଉଳ। ଶୁକ୍ଳବସ୍ତ୍ର ଛାଡ଼ି ଛାଡ଼ି ଠାକୁରେ ରକ୍ତବର୍ଣ୍ଣ ବସ୍ତ୍ର ପରିଧାନ କରି କରିଛନ୍ତି । ଚନ୍ଦ୍ରିକା, ବାରଲାଗି ଖଣ୍ଡୁଆ, ରଙ୍ଗିନ ସୁବାସିତ ପୁଷ୍ପାଦିରେ ବିଭୂଷିତ ହୋଇ ଅଣସରରେ ପ୍ରଥମ ଥର ତୁଳସୀ ଲାଗି ହୋଇଛନ୍ତି। ଶ୍ରୀବିଗ୍ରହ ଓ ଦଶଠାକୁରଙ୍କଠାରେ ଚନ୍ଦନଲାଗି ନୀତି ହୋଇଛି। ଚନ୍ଦନ ସର୍ବାଙ୍ଗ ସମୟରେ ଘଣ୍ଟ ସହ ବାଜିଛି ବିଜେ କାହାଳୀ।

ତେବେ ଆଜି ଦ୍ବାଦଶୀ ତିଥିରେ ଅନବସରରେ ବିଜେ ମହାପ୍ରଭୁ ସୁସ୍ଥ ହୋଇଥିବା ଖବର ଶ୍ରୀନହରରେ ପହଞ୍ଚିବ। ଘଣ୍ଟ, ଛତା ଓ କାହାଳିର ପଟୁଆରରେ ଶ୍ରୀମନ୍ଦିରରୁ ସେବକମାନେ ଯାଇ ଶ୍ରୀନହରରେ ପହଞ୍ଚିବେ। ହାତରେ ଥିବ ରୂପା ଥାଳି । ସେଥିରେ ଶ୍ରୀଅଙ୍ଗ ଚନ୍ଦନ, କରାଳ ଓ ପାଟଡ଼ୋର ନେଇ ଶ୍ରୀନହରକୁ ଯାତ୍ରା କରିବେ। ଗଜପତି ମହାରାଜ ମହାପ୍ରଭୁଙ୍କର ସୁସ୍ଥ ହେବା ବାର୍ତ୍ତା ପାଇ ଆଶ୍ୱସ୍ତ ହେବେ। ଶ୍ରୀମନ୍ଦିରରେ ଏହା ହେଉଛି ରାଜପ୍ରସାଦ ବିଜେ ନୀତି ।ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରାକୁ ମଝିରେ ରହି ରହିଲା ମାତ୍ର ୪ ଦିନ ଦିନ । ୨୬ ତାରିଖ ଗୁରୁବାର ନେତ୍ରୋତ୍ସବର ଯଥେଷ୍ଟ ପୂର୍ବରୁ ସରିଥିବ ରଥ ନିର୍ମାଣ । ଶନିବାର ଅପରାହ୍ନରେ ରଥରେ ଦୁଆର ଘଡ଼ା ଉଠାଯାଇଛି। ଏଥିସହ ରଥରେ କନକମୁଣ୍ଡି ନିର୍ମାଣ କାମ ଆଗଉଛି। ପଟା ପକାଇ ମୁଜା ଚାଲିଛି ରଥ ପୃଷ୍ଠ। ଏପଟେ ରଥ ତ୍ରୟ ପ୍ରସ୍ତୁତ ହେଉଥିବା ସ୍ଥଳେ ରଥ ଚାଳି ଖୋଲିବା ଆରମ୍ଭ ହୋଇଛି। ରୂପକାରମାନେ ପ୍ରଭାରେ ରାହୁରୂପ ଓ ମଗରମୁଣ୍ଡ ଚିତ୍ର କରି ଖୋଦେଇ ସାରୁଛନ୍ତି। ତିନି ରଥର ବେଦି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚିତ୍ରକର ସେବକମାନେ ରଥର ବିଭିନ୍ନ ଅଂଶକୁ ରଙ୍ଗ ଦେଇ ସୌନ୍ଦର୍ଯ୍ୟପୂର୍ଣ୍ଣ କରୁଛନ୍ତି।

Leave a Reply