Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବୈଶ୍ୱିକ ରକ୍ଷା ରପ୍ତାନୀରେ ଏକ ପ୍ରମୁଖ ଦେଶ ହୋଇଛି ଭାରତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବୈଶ୍ୱିକ ରକ୍ଷା ରପ୍ତାନୀରେ ଏକ ପ୍ରମୁଖ ଦେଶ ହୋଇଛି ଭାରତ

ବ୍ରହ୍ମୋସ, ଆକାଶ, ତେଜସର ବିଦେଶରେ ବଢୁଛି ଚାହିଦା

ନୂଆଦିଲ୍ଲୀ: ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦୀ କ୍ଷମତାକୁ ଆସିବା ପରେ ଭାରତ ରକ୍ଷା କ୍ଷେତ୍ରରେ କେବଳ ଆତ୍ମନିର୍ଭର ହେବା ଆଡକୁ ବଢୁ ନାହିଁ ବରଂ ବୈଶ୍ୱିକ ରକ୍ଷା ରପ୍ତାନୀରେ ଏକ ପ୍ରମୁଖ ଦେଶ ହୋଇଛି । ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ରକ୍ଷା କ୍ଷେତ୍ରରେ ମେକ୍ ଇନ୍ ଇଣ୍ଡିଆର ବିସ୍ତାର କରିବା ସହ ରକ୍ଷା ରପ୍ତାନୀ ଆଜି ଯାଏର ସର୍ବୋଚ୍ଚ ସ୍ତର ଛୁଇଁଛି । ଆର୍ôଥକ ବର୍ଷ ୨୦୨୨- ୨୩ରେ ରକ୍ଷା ରପ୍ତାନୀ ପ୍ରାୟ ୧୬,୦୦୦ କୋଟି ଟଙ୍କ ହୋଇଛି । ମନ୍ତ୍ରାଳୟ ଅନୁସାରେ, ଦେଶର ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀରେ ୨୩ ଗୁଣା ବୃଦ୍ଧି ରେକର୍ଡ କରାଯାଇଛି । ପ୍ରତିରକ୍ଷା ଉପକରଣରେ ଭାରତୀୟ ଡିଜାଇନ୍ ଓ ବିକାଶ କ୍ଷମତା ଏବେ ୮୫ରୁ ଅଧିକ ଦେଶରେ ପହଞ୍ଚିଛି । ଏହାସହ ପ୍ରତିରକ୍ଷା ମନ୍ତ୍ରାଳୟ ସେହି ସବୁ ହତିଆରର ଖୁଲାସା କରିଛି, ଯାହାର ଚାହିଦା ସବୁଠୁ ଅଧିକ ରହିଛି । ଏଥିରେ ବ୍ରୋହ୍ମାସ୍ ସୁପରସୋନିକ୍ କ୍ରୁଜ୍ ମିସାଇଲ୍‌, ଓ ଆକାଶ ମିସାଇଲ୍ ରକ୍ଷା ପ୍ରଣାଳୀ ମଧ୍ୟ ସାମିଲ ଅଛି । ଏହାବ୍ୟତୀତ ତେଜସ୍ ବିମାନ, ପିନାକା ରକେଟ୍ ଲଞ୍ଚର ଏବଂ ୧୫୫ ମିମି ଆଡ୍ଭାନ୍ସଡ୍ ଟୋଡ୍ ଆର୍ଟିଲରୀ ଗନ୍ ସାମିଲ ରହିଛି । ମନ୍ତ୍ରାଳୟ କହିଛି ଯେ, ଭାରତରେ ନିର୍ମିତ ହାଲୁକା ଜେଟ୍ ଲଢୁଆ ବିମାନ ତେଜସ୍ର ଚାହିଦା ଦ୍ରୁତଗତିରେ ବଢିବାରେ ଲାଗିଛି । ଅନେକ ଦକ୍ଷତା ଥିବା ଏହି ଯୁଦ୍ଧ ବିମାନକୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ଦ୍ୱାରା ବିକାଶିତ କରାଯାଇଛି । ତେଜସ୍ ବ୍ୟତୀତ ଲାଇଟ୍ କମ୍ୱାକ୍ଟ ହେଲିକପ୍ଟର, ଏୟାରକ୍ରାଫ୍ଟ କ୍ୟାରିୟର ମଧ୍ୟ ବିଦେଶରେ ଚାହିଦାରେ ରହିଛି । ଭାରତୀୟ ହତିଆରର ଚାହିଦା ସବୁଠୁ ଅଧିକ ଲାଟିନ୍ ଆମେରିକୀୟ ଦେଶ, ଆଫ୍ରିକୀୟ ଦେଶ ଓ ଦକ୍ଷିଣ-ପୂର୍ବ ଏସୀୟ ଦେଶରେ ରହିଛି ।

Leave a Reply