ପହଲଗାଓଁ ଆତଙ୍କବାଦୀ ଆକ୍ରମଣ କେବଳ ଭାରତ ଉପରେ ନୁହେଁ, ବରଂ ସମଗ୍ର ମାନବତା ଉପରେ ଆକ୍ରମଣ

୫୧ତମ ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ରଖିଛନ୍ତି । ସୁରକ୍ଷା ଚ୍ୟାଲେଞ୍ଜ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଆତଙ୍କବାଦ ବିରୁଦ୍ଧରେ ବିଶ୍ୱ ଲଢେଇକୁ ମଜବୁତ କରିବା ପାଇଁ ଆହ୍ୱନ ଦେଇଛନ୍ତି । ଏହାସହିତ ଆତଙ୍କବାଦଙ୍କ ବିରୋଧରେ ଲଢେଇରେ ଭାରତକୁ ଦିଆଯାଇଥିବା ଦୃଢ ସମର୍ଥନ ପାଇଁ ବିଶ୍ୱ ସମ୍ପ୍ରଦାୟକୁ ଧନ୍ୟବାଦ ଜଣାଇଥିଲେ । ସେ କହିଛନ୍ତି ଯେ ‘ପହଲଗାଓଁ ଆତଙ୍କବାଦୀ ଆକ୍ରମଣ କେବଳ ଭାରତ ଉପରେ ନୁହେଁ, ବରଂ ସମଗ୍ର ମାନବତା ଉପରେ ଆକ୍ରମଣ ଥିଲା । ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶକୁ ବିଶ୍ୱର ବଡ ଦେଶ କରିଥିବା ସହାୟତା ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ।

Leave a Reply