ଅପରେସନ ସିନ୍ଧୁ ଜରିଆରେ ଇରାନରୁ ଦିଲ୍ଲୀ ଫେରିଲେ ୧୧୦ ଭାରତୀୟ

ନୂଆଦିଲ୍ଲୀ: ତୀବ୍ର ହେଉଛି ଇରାନ-ଇସ୍ରାଏଲ ଯୁଦ୍ଧ । ଘନଘନ ମିସାଇଲ୍ ମାଡ ଓ ଆକ୍ରମଣରେ ଇରାନ ଥରୁଥିବା ବେଳେ ଇରାନରେ ଥିବା ଭାରତୀୟଙ୍କୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଆରମ୍ଭ ହୋଇଛି ଅପରେସନ ସିନ୍ଧୁ । ଆଉ ଇତିମଧ୍ଯରେ ଇରାନରେ ଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି ।

ଭାରତ ଫେରିଥିବା ଜଣେ ଏମବିବିଏସ ଛାତ୍ରୀ କହିଛନ୍ତି- ଆମେ ଆମ ଦେଶକୁ ଫେରି ଆସି ବହୁତ ଖୁସି । ସେଠାରେ ପରିସ୍ଥିତି ବହୁତ ଖରାପ । ଇରାନ ଉପରେ କେମିତି କ୍ଷେପଣାସ୍ତ୍ର ମାଡ ହେଉଥିଲା ଏବଂ କେମିତି ତାକୁ ପ୍ରତିରୋଧ କରାଯାଉଥିଲା ସେସବୁ ଆମେ ନିଜ ଆଖିରେ ଦେଖିଛୁ । ଆମକୁ ସେଠାରୁ ମୁକୁଳାଇ ଆଣିଥିବାରୁ ଆମେ ସରକାରଙ୍କ ନିକଟରେ କୃତଜ୍ଞ..

ଅନ୍ୟପଟେ ଇରାନରୁ ଫେରି ଜଣେ ଭାରତୀୟ ନାଗରିକ କହିଛନ୍ତି- ଯେତେବେଳେ ଭାରତ ସରକାର କହିଲେ ଯେ, ସେମାନେ ଆମକୁ ଘରକୁ ନେଉଛନ୍ତି, ସେତେବେଳେ ମୋତେ ଲାଗିଲା ଯେମିତି ମୁଁ ମୋ ମାଆକୁ ଦେଖୁଛି। ଭାରତ ଫେରି ଆସିବା କଥା ଶୁଣି ମୁଁ ବହୁତ ଖୁସି ଅନୁଭବ କଲି.. ଇରାନରେ ଯୁଦ୍ଧର ଘନଘଟା, କେତେବେଳେ କ’ଣ ଘଟିବ ତାହା ଅନିଶ୍ଚିତ । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲା, ଆମେ ରହୁଥିବା ପାଖପାଖି ଅଞ୍ଚଳରେ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା । ବୈଦେଶିକ ମନ୍ତ୍ରଣାଳୟ ଏବଂ ଇରାନରେ ଥିବା ଭାରତୀୟ ଦୂତାବାସ ଆମକୁ ବହୁତ ସାହାଯ୍ୟ କରିଛନ୍ତି 

Leave a Reply

Your email address will not be published. Required fields are marked *