ମହମ୍ମଦ କରିମରୁ ହେଲେ ଅମନ ଶାହ

ଲକ୍ଷ୍ନୌ: ହିନ୍ଦୁ ଧର୍ମ ଆପଣାଇଲେ ମୁସଲିମ୍ ଯୁବକ। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ନୀଳକଣ୍ଠ ମନ୍ଦିରରେ ଗୋରଖପୁରର ଜଣେ ମୁସଲିମ ଯୁବକ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି। ଆଚାର୍ଯ୍ୟ କୁଲଦୀପ ଶୁକ୍ଲା ବୈଦିକ ରୀତିନୀତି ଅନୁଯାୟୀ ମନ୍ଦିରରେ ପୂଜା କରିବା ପରେ ଯୁବକ ଜଣକ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ଏହା ସହିତ ସେ ନିଜର ନାମ ମହମ୍ମଦ କରିମରୁ ଅମନ ଶାହ ରଖିଥିଲେ ବୋଲି ଜଣାପଡ଼ିଛି।

ଧର୍ମ ଗ୍ରହଣ କରିବା ସମୟରେ ସେ ଗଙ୍ଗା ଜଳରେ ସ୍ନାନ କରିଥିଲେ ଏବଂ ତା’ପରେ ଗୋମୁତ୍ର ମଧ୍ୟ ପିଇଥିଲେ। ରାଷ୍ଟ୍ରୀୟ ଯୁବ ବାହିନୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ହିନ୍ଦୁ ଦେବ ପ୍ରକାଶ ଶୁକ୍ଲାଙ୍କ ନେତୃତ୍ୱରେ ‘ଘର୍ ୱାପସି’ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା। ବୈଦିକ ମନ୍ତ୍ର ସହିତ ଧାର୍ମିକ ରୀତିନୀତି ପ୍ରକ୍ରିୟା ସମାପ୍ତ ହେବା ସହ କାର୍ଯ୍ୟକ୍ରମ ସମୟରେ ସମ୍ପୂର୍ଣ୍ଣ ସନାତନ ପରମ୍ପରା ଅନୁସାରେ ହୋମ, ପୂଜାପାଠ କରାଯାଇଥିଲା।

ହିନ୍ଦୁ ହେବା ପରେ, ଅମନ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ସନାତନ ଧର୍ମ ହେଉଛି ବିଶ୍ୱର ସବୁଠାରୁ ପ୍ରାଚୀନ ଏବଂ ସହିଷ୍ଣୁ ଧର୍ମ। ଏଥିରେ ଜଣେ ବ୍ୟକ୍ତିକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଏବଂ ସମ୍ମାନ ମିଳିଥାଏ। ମୁଁ ମୋର ପୂର୍ଣ୍ଣ ଇଚ୍ଛା ଏବଂ ବୁଝିସୁଝି ଏହି ନିଷ୍ପତ୍ତି ନେଇଛି। ମୋ ଉପରେ କୌଣସି ପ୍ରକାରର ଚାପ ନାହିଁ। ରାଷ୍ଟ୍ରୀୟ ଯୁବ ବାହିନୀର ପ୍ରତିଷ୍ଠାତା ତଥ‌ା ରାଷ୍ଟ୍ରୀୟ ଅଧ୍ୟକ୍ଷ ହିନ୍ଦୁ ଦେବ ପ୍ରକାଶ ଶୁକ୍ଲା କହିଛନ୍ତି, ‘ଆମେ ଆଶା କରୁଛୁ ଯେ ଅମନ ଶାହ ସନାତନ ଧର୍ମକୁ ସମ୍ମାନ ଦେବେ। ସେ ତାଙ୍କ ଦୈନନ୍ଦିନ ଜୀବନରେ ଗୀତା ଏବଂ ରାମାୟଣ ପାଠ କରିବେ।’

Leave a Reply

Your email address will not be published. Required fields are marked *