ଖୁବ୍‌ଶୀଘ୍ର ଧନୀ ହେବାକୁ ଯାଉଛି ଭାରତ

ନୂଆଦିଲ୍ଲୀଖୁବ୍‌ଶୀଘ୍ର ଧନୀ ହେବାକୁ ଯାଉଛି ଭାରତ। ଚୀନକୁ ଟପି ଦ୍ୱିତୀୟ ସର୍ବାଧିକ ଧନୀ ରାଷ୍ଟ୍ର ହେବ। ଯଦି ଅନୁମାନ ସତ ହେଲା ତେବେ ଭାରତ ବହୁତ ଉପରକୁ ଉଠିଯିବ। ଭାରତର ଆଣ୍ଡାମାନ ସାଗରରେ ପ୍ରାୟ ୨ ଲକ୍ଷ କୋଟି ଲିଟର ଅଶୋଧିତ ତୈଳ ଭଣ୍ଡାର ରହିଛି ବୋଲି ଅନୁମାନ କରାଯାଉଛି। କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଖୋଦ୍ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଆଣ୍ଡାମାନ ସାଗରରେ ୧୮୪,୪୪୦ କୋଟିର ଅଶୋଧିତ ତୈଳ ମିଳିପାରେ ବୋଲି ଆକଳନ କରାଯାଇଛି। ଯଦି ଆକଳନ ସତ ହେଲା ତେବେ ଭାରତର GDP ପ୍ରାୟ ୫ ଗୁଣ ବଢିଯିବ। ଅଶୋଧିତ ତୈଳ ଏବଂ ଗ୍ୟାସର ଏହି ବିଶାଳ ଭଣ୍ଡାରକୁ ସରକାର ଖୋଳି ବାହାର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହା ମିଳିବା ପରେ ଆମର ଶକ୍ତି ଆବଶ୍ୟକତା ଏକାଥରକେ ପୂରଣ ହୋଇଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଆଣ୍ଡାମାନ୍‌ରେ ମିଳିଥିବା ଏହି ପେଟ୍ରୋଲିୟମ୍ ଭଣ୍ଡାର ଗୁୟାନାରେ ସମ୍ପ୍ରତି ମିଳିଥିବା ଅଶୋଧିତ ତୈଳ ଭଣ୍ଡାର (୧୧.୬ ବିଲିୟନ ବ୍ୟାରେଲ) ସହ ସମାନ ହୋଇପାରେ। ଯଦି ଏହି ଆକଳନ ଆବିଷ୍କାର ଏବଂ ଗବେଷଣାରେ ଅନୁମାନ ସଠିକ୍ ହେଲା, ତେବେ ଭାରତର GDP ଏକାଥରକେ ୩.୭ ଟ୍ରିଲିୟନ ଡଲାରରୁ ୨୦ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇପାରିବ। 

Leave a Reply

Your email address will not be published. Required fields are marked *